Latest Odisha News

BREAKING NEWS

ପ୍ରସ୍ତୁତ ରୁହ, ନଭେମ୍ବରରେ ଆସିବ କରୋନା ଟିକା

ଲଣ୍ଡନ: କରୋନା ଟିକାକୁ ନେଇ ଆସିଛି ଭଲ ଖବର । ନଭେମ୍ବରରେ ଆସିବ ଅକ୍ସଫୋର୍ଡର କରୋନା ଟିକା । ଏହା ଆସନ୍ତା ମାସରୁ ବ୍ରିଟେନରେ ଉପଲବ୍ଧ ହେବ । ଏଥିପାଇଁ ସରକାରଙ୍କ ପକ୍ଷରୁ ଲୋକଙ୍କୁ ଟିକା ଦେବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଲଣ୍ଡନର ଥିବା ଏକ ବଡ ହସ୍ପିଟାଲର ଅଧିକାରୀଙ୍କୁ ସରକାରଙ୍କ ପକ୍ଷରୁ ଟିକାକରଣ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଦି ସନ୍‌ରେ ପ୍ରକାଶିତ ଖବର ଅନୁଯାୟୀ, ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଆଷ୍ଟ୍ରାଜେନେକା ପକ୍ଷରୁ ପ୍ରସ୍ତୁତ କରୋନା ଟିକା ନଭେମ୍ବର ମାସରେ ବଜାରକୁ ଆସିବ। ନଭେମ୍ବର ୨ ପରେ କୌଣସି ବି ମୁହୂର୍ତ୍ତରେ ଲୋକଙ୍କ ଟିକା କରଣ ପାଇଁ ସରକାର ଅନୁମତି ଦେଇ ପାରନ୍ତି। ଏଥିପାଇଁ ଉକ୍ତ ହସ୍ପିଟାଲର କର୍ମଚାରୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବିଶ୍ୱର ଜଣାଶୁଣା ତଥା ବୃହତ ଫାର୍ମା କମ୍ପାନି ଆଷ୍ଟ୍ରାଜେନିକା ପିଏଲ୍‌ସି ଦ୍ୱାରା ପ୍ରସ୍ତୁତ  ‘ଅକ୍ସଫୋର୍ଡ‌ ଟିକା’ ଇତିମଧ୍ୟରେ ‘ରେଗୁଲେଟୋରି ଆପ୍ରୋଭାଲ୍‌’ ବା ‘ନିୟନ୍ତ୍ରଣକାରୀଙ୍କ ଅନୁମୋଦନ’ ହାସଲ କରିସାରିଛି। ଏହାଛଡ଼ା  ‘ଫାଇଜର୍’ ଏବଂ ‘ବାୟୋଏନ୍‌ଟେକ୍‌’ ଭଳି ବଡ଼  ଫାର୍ମା କମ୍ପାନି ପ୍ରସ୍ତୁତ ଟିକା ମଧ୍ୟ ‘ରେଗୁଲେଟୋରି ଆପ୍ରୋଭାଲ୍‌’ ପାଇଥିବା ସୂଚନା ମିଳିଛି।

‘ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ’ ଏବଂ ‘ଆଷ୍ଟ୍ରାଜେନିକା ପିଏଲ୍‌ସି’ଙ୍କ ଦ୍ୱାରା ବିକଶିତ ଏହି ଟିକା ବୟସ୍କ ଲୋକମାନଙ୍କ ଶରୀରରେ ମଧ୍ୟ ଉତ୍ତମ ରୋଗ ପ୍ରତିରୋଧକଶକ୍ତି ଉତ୍ପାଦନ କରୁଥିବା କଥା ‘ଦି ଫାଇନାନ୍‌ସିଆଲ୍‌ ଟାଇମ୍ସ’ ପ୍ରକାଶ କରିଛି। ଏହି ଦୃଷ୍ଟିରୁ ବିଶ୍ୱର ବିଭିନ୍ନ ଦେଶରେ ‘ଅକ୍ସଫୋର୍ଡ‌ ଟିକା’କୁ ନେଇ ଆଶା ସୃଷ୍ଟି ହୋଇଛି।

Leave A Reply

Your email address will not be published.