Latest Odisha News

BREAKING NEWS

ଦୀପାବଳୀ ଉପଲକ୍ଷେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ ଭାରତବାସୀଙ୍କୁ ବାର୍ତ୍ତା; ଏଥର ଦୀପାବଳୀ କରୋନା ବିରୁଦ୍ଧରେ ବିଜୟ ହାସଲ କରିବା

ନୂଆଦିଲ୍ଲୀ: ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ତାଙ୍କ ଭର୍ଚୁଆଲ ଦିୱାଲୀ ବାର୍ତ୍ତାରେ କହିଛନ୍ତି ଯେ ଭଗବାନ ରାମ ଏବଂ ପତ୍ନୀ ସୀତା ରାବଣକୁ ପରାସ୍ତ କରି ଫେରିବା ପରେ ଲକ୍ଷ ଲକ୍ଷ ଦୀପ ଜଳାଇ ଯେଉଁଭଳି ଭାବରେ ସ୍ୱାଗତ କରାଯାଇଥିଲା ସେହିଭଳି ଏଥର ଦିୱାଲୀ ମଧ୍ୟ ଆମେ କରୋନା ବିରୁଦ୍ଧରେ ବିଜୟ ହାସଲ କରିବା।

ପିଏମ୍‌ ବୋରିସ୍ ଜନ୍‌ସନ୍‌ କହିଛନ୍ତି ଯେ ଦୀପାବଳିର ବାର୍ତ୍ତା ହେଉଛି ଅନ୍ଧକାର ଉପରେ ଆଲୋକର ବିଜୟ, ମନ୍ଦ ଉପରେ ଭଲର ବିଜୟ। ସେ କହିଛନ୍ତି ଯେ ସେହିଭଳି ଏହି ପର୍ବ ଏକ ବାର୍ତ୍ତା ଦେଇଥାଏ ଯେ ଆମେ କରୋନା ମହାମାରୀକୁ ଦୂର କରିପାରିବା।

ଇଂଲଣ୍ଡରେ ଲାଗୁ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ସଫଳ କରିବାକୁ ଏକ ସାମୂହିକ ପ୍ରୟାସ ପାଇଁ ବୋରିସ୍ ଜନ୍‌ସନ୍‌ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଏହି ଲକଡାଉନ୍ ୨ ଡିସେମ୍ବର ପର୍ଯ୍ୟନ୍ତ ଜାରି ରହିବ।

” ବୋରିସ୍ ଜନ୍‌ସନ୍‌ ଶୁକ୍ରବାର ଦିନ ୧୦ ଡାଉନିଙ୍ଗ୍‌ ଷ୍ଟ୍ରିଟରୁ ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କୁ ଏହି ବାର୍ତ୍ତା ପ୍ରଦାନ କରିଛନ୍ତି।

Comments are closed.