Latest Odisha News

BREAKING NEWS

ଚର୍ଚ୍ଚାରେ ଭାଇରାଲ ଅଡିଓ କ୍ଲିପ୍‌, ପ୍ରତିକ୍ରିୟା ରଖିଲେ ଜୀବନ ପ୍ରଦୀପ

ଭୁବନେଶ୍ୱର: ବିଜେଡିରୁ ନିଲମ୍ବିତ ହୋଇଥିବା ବାଲେଶ୍ୱରର ନେତା ଜୀବନ ପ୍ରଦୀପ ଦାସଙ୍କ ଏକ ଭାଇରାଲ୍ ଅଡିଓକୁ ନେଇ ଏବେ ଚର୍ଚ୍ଚା। ଜୀବନ ପ୍ରଦୀପ ଜଣେ କର୍ମୀଙ୍କ ସହିତ ସେ କଥା ହୋଇଥିଲେ, ଯାହାର ଅଡିଓ ଭାଇରାଲ ହୋଇଛି। ଏଥିରେ ସେ ଅଭିଯୋଗ କରିଛନ୍ତି, ବାଲେଶ୍ୱର ଉପନିର୍ବାଚନରେ ଟିକେଟ୍‌ ପାଇଥିବା ସ୍ୱରୂପ ଦାସ ହେଉଛନ୍ତି ରବୀନ୍ଦ୍ର ଜେନାଙ୍କ ଲୋକ ଏବଂ ରବି ଜେନା ହିଁ ସ୍ୱରୂପ ଦାସଙ୍କୁ ଟିକେଟ୍‌ ପ୍ରଦାନରେ ସାହାଯ୍ୟ କରିଥିଲେ। ଏହା ପଛରେ ଏକ ଚାଲ୍ ଥିଲା। ସ୍ୱରୂପ ଟିକେଟ୍‌ ଫେରାଇ ଦେବେ ଏବଂ ରବୀନ୍ଦ୍ର ଲଢ଼ିବେ ବୋଲି କହିବେ। ତାହା ମଧ୍ୟ ହେଲା।

ଭାଇରାଲ ଅଡିଓରେ ସେ କହିଛନ୍ତି, ବାଲେଶ୍ୱରରେ ଆଉ ଶାନ୍ତି ରହିବ ନାହିଁ। ବିହାର ପରି ରାଜନୀତି ହୋଇଯିବ। ଏହା କହିବାରୁ ମୋତେ ସେମାନେ ଘରେ ବସାଇ ଦେଲେ ବୋଲି ସେ କହୁଥିବାର ଶୁଣାଯାଉଛି।  ଏପରିକି ବିଜେପି ଓ ବିଜେଡି ଗୋଟିଏ ଦଳ ବୋଲି ମଧ୍ୟ ସେ କହିଛନ୍ତି।

ସେପଟେ ଭାଇରାଲ ଅଡିଓ ନେଇ ଜୀବନ ପ୍ରଦୀପ ଦାସ ପ୍ରତିକ୍ରିୟା ରଖିଛନ୍ତି । ଭାଇରାଲ ଅଡିଓରେ ଥିବା କଥାବାର୍ତ୍ତାକୁ ସେ ସ୍ୱୀକାର କରିଛନ୍ତି। କିନ୍ତୁ ଏନେଇ ସେ ସଫେଇ ଦେଇଛନ୍ତି। କର୍ମୀଙ୍କ ମନକଥା ଜାଣିବା ପାଇଁ କଥା ହୋଇଥିଲେ ବୋଲି ସେ କହିଛନ୍ତି। ଅଡିଓରେ ବ୍ୟବହୃତ ଭାଷା ପାଇଁ ସେ ଅନୁତପ୍ତ । ଏଥିସହ ଅଡିଓରେ କାଣ୍ଟଛାଣ୍ଟ ହୋଇଥିବା ଜୀବନ ପ୍ରଦୀପ ଦାସ କହିଛନ୍ତି। ସେ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋ ପକ୍ଷ ଶୁଣିବା କଥା, କିନ୍ତୁ ଶୁଣିଲେନି। ସୋ ଏକପାଖିଆ ବିଚାର କରି ନିଲମ୍ବନ କରିବା ଗ୍ରହଣ କରି ହେଉନି।

ସୂଚନା ଯୋଗ୍ୟ ଯେ, ଉପନିର୍ବାଚନ ପୂର୍ବରୁ ବିଜେଡି ମଧ୍ୟରେ ଗୋଷ୍ଠୀ କନ୍ଦଳ ଦେଖାଦେଇଥିଲା । ଦଳର ନେତାଙ୍କ ନିର୍ନ୍ଦେଶକ୍ରମେ ରବି ଜେନା ଓ ଜୀବନ ପ୍ରଦୀପ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ଆମ ଭିତରେ ସବୁ ଠିକ୍ ଅଛି ବୋଲି କହିଥିଲେ । ଦଳ ବିରୋଧୀ କାର୍ଯ୍ୟ ପାଇଁ ଗୁରୁବାର ତାଙ୍କୁ ନିଲମ୍ବନ ପରେ ଶୁକ୍ରବାର ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ଜୀବନ ପ୍ରଦୀପ ।

 

 

Leave A Reply

Your email address will not be published.