Latest Odisha News

BREAKING NEWS

ରାଜ୍ୟରେ କମୁଛି କରୋନା କାୟା: ଆଜି ୨୪୮୭ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ କମୁଛି କରୋନା କାୟା । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ଖସୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୪ଶହ ୮୭ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୪ଶହ ୨୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧ହଜାର ୫୯ । ୨୨ ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଭିତରେ ରହିଛି ।

କଟକ ଜିଲ୍ଲାରୁ ସର୍ବାଧିକ ୪୨୨, ଖୋର୍ଦ୍ଧାରୁ ୪୦୭, ଯାଜପୁରରୁ ୨୦୨, ବାଲେଶ୍ୱରରୁ ୧୫୭, ପୁରୀରୁ ୧୫୪, ଜଗତସିଂହପୁରରୁ ୧୨୬, ଭଦ୍ରକରୁ ୧୧୩ ଓ ମୟୂରଭଞ୍ଜ ଜିଲ୍ଲାରୁ ଆଉ ୧୦୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ନୂଆପଡ଼ା ଜିଲ୍ଲାରୁ ସବୁଠୁ କମ୍ ୫ ଜଣ ନୂଆ ଆକ୍ରାନ୍ତ ବାହାରିଛନ୍ତି । ନୂଆପଡ଼ା ସମେତ ଦେବଗଡ଼, କଳାହାଣ୍ଡି ଜିଲ୍ଲାରେ ୧୦ ଭିତରେ ରହିଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ।

ରାଜ୍ୟରେ ୨୪ ଘଣ୍ଟାରେ ୬୩ହଜାର ୧୮୪ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାର ରହିଛି ୩.୯୩ ପ୍ରତିଶତ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୯ଲକ୍ଷ ୨୭ହଜାର ୧୮୬କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୮ଲକ୍ଷ ୯୪ହଜାର ୧୦୪ ଆକ୍ରାନ୍ତ । ଏବେ ୨୮ହଜାର ୭୩୦କୁ ଖସିଛି ଆକ୍ଟିଭ୍ କେସ୍ ।

Leave A Reply

Your email address will not be published.