Latest Odisha News

BREAKING NEWS

ଗର୍ଭଧାରଣର ୩ ସପ୍ତାହ ପରେ ପୁଣି ଥରେ ଗର୍ଭବତୀ ହେଲେ ମହିଳା

ନୂଆଦିଲ୍ଲୀ: ଜଣେ ମହିଳା ୩ ସପ୍ତାହର ଗର୍ଭବତୀ ହେବା ପରେ ପୁଣି ଥରେ ଗର୍ଭଧାରଣ କରିଥିଲେ। ଅବିଶ୍ୱସନୀୟ ମନେ ହେଉଥିଲେ ମଧ୍ୟ ଏଭଳି ଏକ ବିରଳ ଘଟଣା ଦେଖିବ‌ାକୁ ମିଳିଛି ଇଂଲଣ୍ଡରେ।

ଇଂଲଣ୍ଡର ୱିଲଟସାୟାରର ବାସିନ୍ଦା ରେବିକାଙ୍କ ସହ ଘଟିଛି ଏଭଳି ବିରଳ ଘଟଣା। ରେବିକା ତିନି ସପ୍ତାହ ଗର୍ଭବତୀ ଥିବାବେଳେ ପୁଣି ଥରେ ଗର୍ଭବତୀ ହୋଇଥିଲେ ଏବଂ ବିରଳ ‘ସୁପର ଟୁଇନ୍‌ସ’ ଶିଶୁଙ୍କୁ ଜନ୍ମ ଦେଇଥିଲେ।

ଦୁଇଟି ଯାକ ଶିଶୁ ଗୋଟିଏ ଦିନରେ ଜନ୍ମ ହୋଇଥିଲେ କିନ୍ତୁ ରେବିକା ପୃଥକ୍‌ ଭାବେ ଗର୍ଭଧାରଣ କରିଥିଲେ। ସୂଚନା ଅନୁଯାୟୀ ଗତ ବର୍ଷ ଡାକ୍ତରମାନେ କହିଥିଲେ ଯେ ସେ ପ୍ରଥମ ସନ୍ତାନର ମା ହେବାକୁ ଯାଉଛନ୍ତି। ଏହି ଦମ୍ପତି ଅନେକ ବର୍ଷ ଧରି ଏକ ସନ୍ତାନ ପାଇଁ ଚେଷ୍ଟା କରିଆସୁଥିଲେ।

ତେବେ ଡାକ୍ତରମାନେ ରେବିକାଙ୍କର ତୃତୀୟ ଅଲଟ୍ରାସାଉଣ୍ଡ କରିବା ସମୟରେ ସେ ଆଉ ଥରେ ଗର୍ଭବତୀ ହୋଇଥିବା କଥା ଜାଣିବାକୁ ପାଇଥିଲେ। ଯାହା ପ୍ରକୃତରେ ଆଶ୍ଚର୍ଯ୍ୟଜନକ ଥିଲା।

ରେବିକାଙ୍କ ଗର୍ଭଧାରଣକୁ ସୁପରଫେଟେସନ୍ ଭାବରେ ଚିହ୍ନଟ କରାଯାଇଥିଲା। ଯେଉଁଠାରେ ପ୍ରଥମ ଗର୍ଭଧାରଣ ସମୟରେ ଦ୍ୱିତୀୟ, ନୂତନ ଗର୍ଭଧାରଣ ହୁଏ।

Comments are closed.