ଋଷ-ୟୁକ୍ରେନର ଯୁଦ୍ଧ ଭିତରେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କ ବଡ ବୟାନ । ୟୁକ୍ରେନ ପଛକୁ ହଟିବ ନାହିଁ, ଋଷ ଆଗରେ ମୁଣ୍ଡ ନୁଆଇଁବ ନାହିଁ । ଆଉ ଏଭଳି କହି ୟୁକେନ୍ ଶେଷ ପର୍ଯ୍ୟନ୍ତ ଲଢେଇ କରିବ ବୋଲି ବାର୍ତ୍ତା ଦେଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି । ଯାହା ଏହି ସଙ୍କଟକୁ ଆହୁରି ଗମ୍ଭୀର କରିଛି ।
ସେହିଭଳି ୟୁକ୍ରେନର ରକ୍ଷାମନ୍ତ୍ରୀ ଦେଶବାସୀଙ୍କୁ ଅସ୍ତ୍ର ଉଠାଇବାକୁ ଆହ୍ୱାନ ଦେଇଛନ୍ତି । ଯିଏ ଅସ୍ତ୍ର ଉଠାଇ ପାରିବ ସେମାନେ ସେନାରେ ସାମିଲ ହୁଅନ୍ତୁ ବୋଲି କହିଛନ୍ତି ରକ୍ଷାମନ୍ତ୍ରୀ । ଏହାବାଦ୍ ଋଷ ସହ ରାଜନୈତିକ ସମ୍ପର୍କ ଶେଷ କରିଛୁ ଓ ଯେକୌଣସି ପରିସ୍ଥିତିର ସାମ୍ନାକ କରିବାକୁ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ୟୁକ୍ରେନ୍ ରକ୍ଷାମନ୍ତ୍ରୀ ।
ଏଭଳି ସଙ୍କଟଜନକ ସ୍ଥିତିରେ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ପରାମର୍ଶଦାତା କହିଛନ୍ତି ଯେ, ଋଷ ସହ ଯୁଦ୍ଧରେ ଆମର ୪୦ ଜଣ ସୈନିକଙ୍କର ମୃତ୍ୟୁ ହୋଇଛି । ସେହିଭଳି ଅନେକ ଯବାନ ଗୁରୁତର ଆହତ ହୋଇଛନ୍ତି ।
ଏହାଛଡା ୟୁକ୍ରେନର ୫ଟି ଲଢୁଆ ବିମାନ, ୨ଟି ହେଲିକପ୍ଟର, ୨ଟି ଟ୍ରକ ଓ ଅସ୍ତ୍ରଶସ୍ତ୍ର ବୋହି ଆଣୁଥିବା ଅନେକ ଗାଡିକୁ ମଧ୍ୟ ନଷ୍ଟ କରିଥିବା ୟୁକ୍ରେନ୍ ପକ୍ଷରୁ କୁହାଯାଇଛି ।
Comments are closed.