Latest Odisha News

BREAKING NEWS

ଆଇସିସି ମହିଳା ବିଶ୍ୱକପ: ସାଥୀ ଖେଳାଳିଙ୍କୁ କରୋନା ହେଲେ ୯ଜଣଙ୍କୁ ନେଇ ପଡିଆକୁ ଓହ୍ଲାଇପାରିବ ଟିମ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଆଗାମୀ ମହିଳା ବିଶ୍ୱକପ ପାଇଁ କେତେକ ନୂତନ ନିୟମ ଲାଗୁ କରିଛି । ସେଗୁଡିକ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଯଦି କୌଣସି ଟିମର ଏକାଧିକ ଖେଳାଳିଙ୍କୁ କରୋନା ହୁଏ ତାହାହେଲେ ୯ଜଣଙ୍କୁ ନେଇ ସେମାନେ ପଡିଆକୁ ଓହ୍ଲାଇପାରିବେ । ୧୯ ବର୍ଷରୁ କମ ବିଶ୍ୱକପ ସମୟରେ କେତେଗୁଡିଏ ଟିମ ଏହି ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଗତ ସଂସ୍କରଣ ତୁଳନାରେ ଏଥର ପୁରସ୍କାର ରାଶିକୁ ପ୍ରାୟତଃ ୨ଗୁଣ କରାଯାଇଛି । ଏଥର ଚାମ୍ପିୟନ ଟିମକୁ ୧୦ କୋଟି ଟଙ୍କା ମିଳିବ । ମାର୍ଚ୍ଚ ୪ରୁ ଏହି ମେଗା ଇଭେଂଟ ଆରମ୍ଭ ହେବ । ଉଦଘାଟନୀ ମୁକାବିଲା ନ୍ୟୁଜିଲାଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ । ଭାରତ ସମେତ ଏଥିରେ ୮ଟି ଟିମ ଅଂଶଗ୍ରହଣ କରୁଛନ୍ତି । ଭାରତ ପ୍ରଥମ ଥର ପାଇଁ ଚାମ୍ପିୟନ ହେବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ।

ଭାରତୀୟ ଟିମ: ମିତାଲୀ ରାଜ (ଅଧିନାୟିକା), ହରମନପ୍ରୀତ କୌର, ସ୍ମୃତି ମାନ୍ଧନା, ଶେଫାଳୀ ବର୍ମା, ୟାସ୍ତିକା ଭାଟିଆ, ଦୀପ୍ତି ଶର୍ମା, ଋଚା ଘୋଷ, ସ୍ନେହ ରାଣା, ଝୁଲଣ ଗୋସ୍ୱାମୀ, ପୂଜା ବସ୍ତ୍ରକାର, ମେଘନା ସିଂ, ରେଣୁକା ସିଂ ଠାକୁର, ତାନିଆ ଭାଟିଆ, ରାଜେଶ୍ୱରୀ ଗାଏକ୍ୱାଡ ଓ ପୁନମ ଯାଦବ ।

Comments are closed, but trackbacks and pingbacks are open.