Latest Odisha News

[ଭିଡିଓ] ୟୁକ୍ରେନରେ ଫସି ରହିଛନ୍ତି ଯାଜପୁର ପୁଅ, ଚିନ୍ତାରେ ପରିବାର ଲୋକ

ଯାଜପୁର : ୟୁକ୍ରେନ୍ ଉପରେ ଘନ ଘନ ଆକ୍ରମଣ କରୁଛି ଋଷ ।ଏହି ସମୟରେ ୟୁକ୍ରେନରେ ଫସିଯାଇଛନ୍ତି ଯାଜପୁର ଜିଲ୍ଲା କୋରେଇ ବ୍ଲକ ବରୁଣ୍ଡେଇ ପଞ୍ଚାୟତର ବିରୁହାଁପଡା ଗାଁର ବସନ୍ତ ନାୟକଙ୍କ ଏକମାତ୍ର ପୁଅ ପ୍ରଳୟ କୁମାର ନାୟକ । ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯିବା ଫଳରେ ପୁଅକୁ ପାଇବା ପାଇଁ ଏବେ ଚିନ୍ତାରେ ପଡିଯାଇଛନ୍ତି ପୁରା ପରିବାର ବର୍ଗ । ଏନେଇ ପ୍ରଳୟଙ୍କ ମା’ ଓ ପରିବାର ଲୋକ ନିଜ ପୁଅ ଓ ଭାରତର ଅନ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଦେଶକୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ଭାରତ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି ।

ସୂଚନା ଅନୁସାରେ ପୁଅ ପ୍ରଳୟ ଦୁଇ ବର୍ଷ ହେବ ମେଡିକାଲ ପଢିବା ପାଇଁ ୟୁକ୍ରେନ ଯାଇଥିଲେ । ହେଲେ ବାପା ମା’ ପୁଅକୁ ଟିକେଟ କରି ଫେରିଆସିବା ପାଇଁ ଅନୁରୋଧ କରିବାରୁ ପୁଅ କହିଛନ୍ତି ମା’ ଏଠାର ପରିସ୍ଥିତି ଠିକ୍ ଅଛି ।ହେଲେ ମା’ ମନ ନ ବୁଝିବାରୁ ମା’ ପୁଅକୁ ଫେରାଇ ଆଣିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ।

Comments are closed, but trackbacks and pingbacks are open.