Latest Odisha News

BREAKING NEWS

Ukraine-France Deal: ପୁଟିନଙ୍କୁ ଦେବେ ଚକମା, ମାଷ୍ଟରଷ୍ଟ୍ରୋକ୍ ଖେଳିଲେ ଜେଲେନସ୍କି…

ନୂଆଦିଲ୍ଲୀ: ଅଢେଇ ବର୍ଷରୁ ଅଧିକ ଦିନ ଧରି ଚାଲିଛି ଯୁଦ୍ଧ…ଏବେ ବି ହାର୍ ମାନିନାହାନ୍ତି ଜେଲେନସ୍କି…ଆମେରିକା ସହ ଟୋମାହକ ଡିଲ୍ ଫେଲ୍ ମାରିବା ପରେ ଭାରତର ବନ୍ଧୁ ଦେଶ ସହ ମିଳେଇଲେ ହାତ…ପୁଟିନଙ୍କ ସୁଖୋଇ-୫୭କୁ ମାତ୍ ଦେବାକୁ କଲେ ଚୁକ୍ତି

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଉଭୟ ଦେଶ ପରସ୍ପରର ଦୁର୍ବଳ ସ୍ଥାନ ଉପରେ ଆକ୍ରମଣ କରୁଛନ୍ତି। ପ୍ରାୟ ପ୍ରତିଦିନ ରାତିରେ ରୁଷ ୟୁକ୍ରେନର ରାଜଧାନୀ କିଭକୁ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ସାହାଯ୍ୟରେ ଆତଙ୍କିତ କରୁଥିବା ବେଳେ, ୟୁକ୍ରେନ ରୁଷର ତୈଳ ବିଶୋଧନାଗାରଗୁଡ଼ିକୁ ଟାର୍ଗେଟ କରୁଛି। ଅନ୍ୟପଟେ ରୁଷ ୟୁକ୍ରେନୀୟ ସହର ଉପରେ ନିଜର ବିସ୍ତାର ଜାରି ରଖିଥିବା ବେଳେ ରୁଷ ସେନାଙ୍କୁ ମାତ୍ ଦେବାକୁ ୟୁରୋପୀୟ ଦେଶଗୁଡ଼ିକଠାରୁ ଅସ୍ତ୍ରଶସ୍ତ୍ର ମାଗୁଛନ୍ତି ଜେଲେନସ୍କି । ପ୍ରଥମେ ଆମେରିକା ଠାରୁ ଟୋମାହକ କ୍ଷେପଣାସ୍ତ୍ର ଆଣିବା ପ୍ରୟାସ ବିଫଳ ହେବା ପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସକି ଏକ ବଡ଼ ପ୍ରତିରକ୍ଷା ଚୁକ୍ତି ପାଇଁ ଇଙ୍ଗିତ କରିଛନ୍ତି। ସେ ଋଷ ଆକାଶରେ ସମାନ ଘାତକ ଅସ୍ତ୍ର ମୁତୟନ କରିବାକୁ ଚାହୁଁଛନ୍ତି ଯାହା ଦ୍ୱାରା ଭାରତ ପାକିସ୍ତାନକୁ ଶିକ୍ଷା ଦେବା ପାଇଁ ବ୍ୟବହାର କରିଥିଲା।

ଏହି ଦେଶ ସହ ଘାତକ ଚୁକ୍ତି କଲା ୟୁକ୍ରେନ୍…

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଏକ ଚୁକ୍ତି ଉପରେ ନିଷ୍ପତ୍ତି ନେଇଛନ୍ତି ଏବଂ ଦାବି କରିଛନ୍ତି ଏହା ରୁଷ ସହ ଯୁଦ୍ଧର ଦିଗକୁ ବଦଳାଇବାର ଶକ୍ତି ଦେଇପାରିବ। ଯାହାକୁ ନେଇ ୟୁକ୍ରେନ ଫ୍ରାନ୍ସରୁ ୧୦୦ ଟି ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ଏକ ଇଣ୍ଟେଣ୍ଟ ପତ୍ରରେ ସ୍ୱାକ୍ଷର କରିଛି। ସୋମବାର, ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏହି ଦସ୍ତାବିଜରେ ସ୍ୱାକ୍ଷର କରିଛନ୍ତି। ଯେଉଁଥିରେ ୟୁକ୍ରେନ ରାଫେଲ ଜେଟ୍ ସମେତ ଫ୍ରାନ୍ସରୁ ପ୍ରତିରକ୍ଷା ଉପକରଣ କିଣିବା ବିଷୟରେ ବିଚାର କରୁଛି। ତେବେ ଫେବୃଆରୀ ୨୦୨୨ ରେ ରୁଷ ଆକ୍ରମଣ ପରେ ଜେଲେନସ୍କି ନବମ ଥର ପାଇଁ ପ୍ୟାରିସ୍ ଗସ୍ତ କରିଥିଲେ ଏବଂ ସେତେବେଳେ ଏହି ଚୁକ୍ତିନାମା ନେଇ ଆଲୋଚନା ହୋଇଥିଲା । ସୋମବାର ଦିନ, ମାକ୍ରୋନ୍ ଏବଂ ଜେଲେନସ୍କି ପ୍ୟାରିସ୍ ଉପକଣ୍ଠରେ ଏକ ଏୟାରବେସ୍ ପରିଦର୍ଶନ କରିଥିଲେ। ତା’ପରେ ସେମାନେ ଫ୍ରାନ୍ସ ଏବଂ ବ୍ରିଟେନ ସମେତ ୩୦ ରୁ ଅଧିକ ଦେଶର ପ୍ରତିନିଧିଙ୍କ ସହିତ ଏକ ବୈଠକରେ ଯୋଗ ଦେଇଥିଲେ, ଯେଉଁଠାରେ ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧବିରତି ନିରୀକ୍ଷଣ କରିବା ଉପରେ ଆଲୋଚନା ହୋଇଥିଲା।

କ’ଣ ସୁଖୋଇର କରିପାରିବ ମୁକାବିଲା?

ଯୁକ୍ରେନ ଯୁଦ୍ଧକ୍ଷେତ୍ରରେ ଉଭୟ ଲଢ଼ୁଆ ବିମାନ ବିପଦପୂର୍ଣ୍ଣ। ରାଫେଲ ଏକ ସାଢେ ୪-ପିଢ଼ିର ଲଢ଼ୁଆ ବିମାନ, ଯେତେବେଳେ ସୁଖୋଇ ବା su-57 ଏକ ପଞ୍ଚମ ପିଢ଼ିର ଜେଟ୍, ଯାହା ରାଡାରକୁ ଏଡାଇବାରେ ଦକ୍ଷ। ଯେତେବେଳେ ତୀକ୍ଷ୍ଣ ମୋଡ଼ ଏବଂ ଗତିଶୀଳତାର କଥା ଆସେ, ସୁଖୋଇ ଦ୍ରୁତ, କିନ୍ତୁ ରାଫାଲ ଏହି କାର୍ଯ୍ୟଗୁଡ଼ିକ ମଧ୍ୟ କରିପାରିବ। ହଁ, ସେନ୍ସର, ଇଲେକ୍ଟ୍ରୋନିକ୍ ଯୁଦ୍ଧ ଏବଂ ଏଭିଓନିକ୍ସ ଦୃଷ୍ଟିରୁ ରାଫାଲ ଉତ୍କୃଷ୍ଟ। ଏହା ବିଶ୍ୱର ସବୁଠାରୁ ଉନ୍ନତ ଇଲେକ୍ଟ୍ରୋନିକ୍ ଯୁଦ୍ଧ ପ୍ରଣାଳୀ, ‘SPECTRA’ ଲେନ୍ସ ଏବଂ ଟାର୍ଗେଟ ଲକକୁ ଏଡାଇବାରେ ଅତୁଳନୀୟ। ରାଫେଲ ଆଫଗାନିସ୍ତାନ, ଇରାକ, ଲିବିଆ ଏବଂ ସିରିଆରେ ସକ୍ରିୟ ଭାବରେ ଏହାର କ୍ଷମତା ପ୍ରମାଣିତ କରିଛି, କିନ୍ତୁ ସୁଖୋଇର ସୀମିତ ବ୍ୟବହାର ଯୋଗୁଁ, ଏହା ଯୋଗ୍ୟ ବିଶ୍ୱସନୀୟତାର ଅଭାବ ରଖିଛି। ଯାହାର ଯୋଗାଣ ଏବେ ରୁଷର ବିପକ୍ଷରେ ୟୁକ୍ରେନ ପାଇଁ ଏକ ବଡ ମାଷ୍ଟରଷ୍ଟ୍ରୋକ୍ ପ୍ରମାଣିତ ହେବ ।

ଜେଲେନସ୍କିଙ୍କୁ ଆବଶ୍ୟକ ଅସ୍ତ୍ରଶସ୍ତ୍ର

ରୁଷର ଘନ ଘନ ଆକ୍ରମଣରେ ଚିନ୍ତିତ ଥିବା ୟୁରୋପୀୟ ରାଷ୍ଟ୍ର ଜେଲେନସ୍କିଙ୍କ ସପକ୍ଷରେ ରହିଥିବା ବେଳେ ଏବେ ୟୁକ୍ରେନ ଏବେ ୟୁରୋପୀୟ ରାଷ୍ଟ୍ରଙ୍କ ଠାରୁ ନିଜର ଆବଶ୍ୟକତା ପୂରଣ ପାଇଁ ଅସ୍ତ୍ରଶସ୍ତ୍ର ମାଗୁଛି । ଗତ ମାସରେ, ୟୁକ୍ରେନ ସ୍ୱିଡେନ ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଥିଲା, ଯେଉଁଥିରେ ଆଗାମୀ ବର୍ଷଗୁଡ଼ିକରେ ୧୫୦ଟି ଗ୍ରୀପେନ୍ ଲଢ଼ୁଆ ଜେଟ୍ କିଣିପାରିବ। ୟୁକ୍ରେନ ପୂର୍ବରୁ ଆମେରିକୀୟ F-16 ଏବଂ ଫରାସୀ ମିରାଜ ବିମାନ ପାଇସାରିଛି। ଏହା ବ୍ୟତୀତ, ଜେଲେନସ୍କି ଆମେରିକୀୟ ପାଟ୍ରିଅଟ୍ ବାୟୁ ପ୍ରତିରକ୍ଷା ପ୍ରଣାଳୀ ପାଇଁ ଏକ ଚୁକ୍ତି ମଧ୍ୟ ସ୍ୱାକ୍ଷର କରିଛନ୍ତି, ଯାହାକୁ ସେ ହାସଲ କରିବାକୁ ଆଶା କରୁଛନ୍ତି।

ତେବେ ସାଢେ ଦୁଇ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ୟୁକ୍ରେନ-ରୁଷ ଯୁଦ୍ଧ ବର୍ତ୍ତମାନ ଏକ ଜଟିଳ ସ୍ଥିତିରେ ଅଛି। ଜେଲେନସ୍କି ନିଜେ ସ୍ୱୀକାର କରିଛନ୍ତି ଯେ ଏହି ଯୁଦ୍ଧରେ ରୁଷୀୟ ସୈନିକଙ୍କ ସଂଖ୍ୟା ୟୁକ୍ରେନୀୟ ସୈନିକଙ୍କ ଅପେକ୍ଷା ବହୁତ ଅଧିକ, ଏବଂ ସେମାନଙ୍କୁ ଭୂମିରେ ପରାସ୍ତ କରିବା ଅତ୍ୟନ୍ତ କଷ୍ଟକର ପ୍ରମାଣିତ ହେଉଛି। ଆଉ ଏହି ସମୟରେ ଏହି ଚୁକ୍ତି ରୁଷ ପାଇଁ ବରଦାନ ସାବ୍ୟସ୍ତ ହୋଇପାରେ ।

 

Comments are closed.