Latest Odisha News

BREAKING NEWS

ଚନ୍ଦ୍ରରେ ପାଦ ରଖିବ ଚନ୍ଦ୍ରଯାନ-୩: ଲ୍ୟାଣ୍ଡିଂ ତାରିଖ ଓ ସମୟ ଘୋଷଣା କଲା ଇସ୍ରୋ

ନୂଆଦିଲ୍ଲୀ: ସମୟ ଯେତେ ପାଖଉଛି ଉତ୍କଣ୍ଠା ସେତେ ବଢୁଛି । ଭାରତର ତୃତୀୟ ମୁନ୍‌ ମିଶନ ଚନ୍ଦ୍ରଯାନ-୩ ସହ ଜଡ଼ିତ କୋଟି କୋଟି ଭାରତୀୟଙ୍କ ସ୍ଵପ୍ନ, ଆଶା ଓ ଆକାଂକ୍ଷା । ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ ସଫଳ ଅବତରଣ କଲେ ଇତିହାସ ରଚିବ ଭାରତ । ବିଶ୍ଵ ସମେତ ଦେଶବାସୀ ସେହି ଐତିହାସିକ ମୁହୂର୍ତ୍ତର ପ୍ରତୀକ୍ଷାରେ । ଏହାରି ମଧ୍ୟରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ (ISRO) ପକ୍ଷରୁ ଘୋଷଣା ହୋଇଛି ସଫ୍ଟ ଲ୍ୟାଣ୍ଡିଂର ନିର୍ଦ୍ଦିଷ୍ଟ ସମୟ ଓ ତାରିଖ । ପୂର୍ବରୁ ଅଗଷ୍ଟ ୨୩ ସନ୍ଧ୍ୟା ୫ଟା ୪୫ମିନିଟରେ ଅବତରଣ ନେଇ କୁହାଯାଉଥିବା ବେଳେ ଏବେ ଇସ୍ରୋ ନୂଆ ସମୟ ଘୋଷଣା କରିଛି ।

ଆଉ ମାତ୍ର ୨ ଦିନ ପରେ ଚନ୍ଦ୍ରରେ ଅବତରଣ କରିବ ଚନ୍ଦ୍ରଯାନ । ଆସନ୍ତା ୨୩ ତାରିଖ ସନ୍ଧ୍ୟା ୬ଟା ୪ ମିନିଟରେ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-୩ । ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିବ ଲ୍ୟାଣ୍ଡର ବିକ୍ରମ । ଏ ନେଇ ଇସ୍ରୋ ପକ୍ଷରୁ ଟ୍ଵିଟ୍‌ରେ ସୂଚନା ଦିଆଯାଇଛି । ଏବେ ଚନ୍ଦ୍ରପୃଷ୍ଠକୁ ଆଉ ଦୂରତା ମାତ୍ର ୨୫ କିଲୋମିଟର ରହିଛି । ଶନିବାର ବିଳମ୍ବିତ ରାତିରେ ଦ୍ୱିତୀୟ ତଥା ଶେଷ ଡି-ବୁଷ୍ଟିଂ ମାନ୍ୟୁଭର ଅପରେସନ୍ ସଫଳତାର ସହ ଶେଷ ହୋଇଛି । ସମୟ ଯେତେ ପାଖଉଛି ଭାରତବାସୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି । ଯଦି ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଅବତରଣ କରେ ତେବେ ଭାରତ ଏହି ରେକର୍ଡ ସୃଷ୍ଟି କରିବାରେ ୪ର୍ଥ ରାଷ୍ଟ୍ର ହେବ । ପୂର୍ବରୁ ଋଷିଆ, ଆମେରିକା, ଚୀନ ଏଥିରେ ସଫଳ ହୋଇଛନ୍ତି । ଗତ ୨୦୧୯ ମସିହାରେ ଚନ୍ଦ୍ର ଅଭିଯାନେ ବାହାରିଥିଲା ଭାରତ। ହେଲେ ସଫଳତା ମିଳିନଥିଲା । ସଫଳ ଲ୍ୟାଣ୍ଡିଂ କରିନପାରିବାରୁ ଚନ୍ଦ୍ରଯାନ-୨ ମିଶନ ବିଫଳ ହୋଇଥିଲା ।

Leave A Reply

Your email address will not be published.