Latest Odisha News

ଜାତୀୟ ମୁଏଥାଇ ପ୍ରତିଯୋଗିତା ୧୬ ଜୁନରୁ: ଓଡିଶା ଦଳ ଘୋଷିତ

ଭୁବନେଶ୍ୱର: ୧୬ରୁ ୨୨ ଜୁନ ପର୍ଯ୍ୟନ୍ତ ମଧ୍ୟପ୍ରଦେଶରେ ଆୟୋଜିତ ହେବ ଜାତୀୟ ମୁଏଥାଇ ପ୍ରତିଯୋଗିତା । ଏଥିପାଇଁ ଓଡିଶାର ୪୮ ଜଣିଆ ଦଳ ଘୋଷଣା କରାଯାଇଛି । ସେମାନଙ୍କ ସହ ୧୦ ଅଫିସିଆଲ ରହିବେ । ଆନ୍ତର୍ଜାତୀୟ ଅଲିମ୍ପିକ କମିଟି ଦ୍ୱାରା ସ୍ୱୀକୃତ ପାଇଥିବା ଇଂଟରନ୍ୟାଶନାଲ ଫେଡେରେଶନ ଅଫ ମୁଏଥାଇ ଆସୋସିଏଶନ ସହ ଅନୁବନ୍ଧିତ ୟୁନାଇଟେଡ ମୁଏଥାଇ ଆସୋସିଏଶନ ଭାରତ ପକ୍ଷରୁ ଏହି ପ୍ରତିଯୋଗିତା ଆୟୋଜିତ କରାଯାଉଛି । ଲେଙ୍ଗୁ ମିଶ୍ର ଷ୍ଟାଡିୟମରେ ଅନୁଷ୍ଠିତ ରାଜ୍ୟ ମୁଏଥାଇ ପ୍ରତିଯୋଗିତା ମାଧ୍ୟମରେ ଓଡିଶା ଖେଳାଳି ଚୟନ କରାଯାଇଥିଲା । ସେମାନେ ଏହି ୟୁଏମଏଆଇ ନ୍ୟାଶନାଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ।

ମୁଏଥାଇ ୟୁନିୟର ରାଜ୍ୟ ଅଧ୍ୟକ୍ଷ ରବି ନାରାୟଣ ପଣ୍ଡା, ସମ୍ପାଦକ ଜ୍ଞାନ ରଞ୍ଜନ ମହାନ୍ତି, ଶୁଭ୍ରାଂଶୁ ଖେଖର ମହାପାତ୍ର, ରାଜେନ୍ଦ୍ର ପ୍ରସାଦ ଭୋଇ, ଚନ୍ଦ୍ର ଶେଖର ବହୁକ, ସଞ୍ଜୟ କୁମାର କିଶାନ, କୋଚ ଧୂସମନ୍ତ କୁମାର ନାଥ, ସୁରଜ ପୂଜାହିରୀ ପ୍ରମୁଖ ପ୍ରତିଯୋଗୀଙ୍କୁ ଭଲ ପ୍ରଦର୍ଶନ ନେଇ ଶୁଭେଚ୍ଛା ଜଣାଇଛନ୍ତି । ଜୁନ ୧୫ରେ ଖେଳାଳିମାନେ ଅଫିିସିଆଲଙ୍କ ସହ ଦେବାସ ଅଭିମୁଖେ ଯାତ୍ରା କରିବେ ।

Comments are closed.