Latest Odisha News

ଝୁମ୍ପୁଡ଼ି ଘରେ କଟୁଛି ଦିନ, ମିଳୁନି ଖଣ୍ଡିଏ ଆବାସ

ଗରିବ ହିତାଧିକାରୀଙ୍କ ପାଇଁ ସରକାର କରିଛନ୍ତି ମାଳ ମାଳ ଯୋଜନା । କିନ୍ତୁ ଏବେବି ଝୁମ୍ପୁଡ଼ି ଘରେ ପାଲ ଟାଣି ଜୀବନ କାଟୁଛନ୍ତି ସୁଶାନ୍ତଙ୍କ ପରିବାର । ଏ ଦୃଶ୍ୟ ହେଉଛି ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କାଦୁଆପଡା ପଞ୍ଚାୟତ କୁସିଙ୍ଗା ଗାଁ ର ସୁଶାନ୍ତ ରାୟଙ୍କ ଘର । ସୁଶାନ୍ତ ଜଣେ ଦିନମଜୁରିଆ ହୋଇଥିବା ବେଳେ ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ଓ ତାଙ୍କର ୩ପିଲାଙ୍କୁ ନେଇ ଜୀବନ କାଟନ୍ତି । ୧୯୯୯ ମହାବାତ୍ୟା ପରେ ଝୁମ୍ପୁଡ଼ି ଘର ତିଆରି କରି ରହି ଆସୁଛନ୍ତି ସୁଶାନ୍ତଙ୍କ ପରିବାର । ମାତ୍ର ଏହି ପରିବାର ପାଇଁ ପକ୍କା ଘର ପାଲଟିଛି ସାତସପନ ।

ଅନେକ ବିଧାୟକ ଓ ସରପଞ୍ଚ ପ୍ରତିଶୃତି ଦେଇଥିଲେ ମଧ୍ୟ ଏଯାଏଁ ସୁଶାନ୍ତଙ୍କୁ ମିଳିନି ଖଣ୍ଡିଏ ପକ୍କାଘର।ପରିତ୍ୟକ୍ତ ପୋଖରୀ କୂଳରେ ନୁଆଁଳିଆ ଝୁମ୍ପୁଡ଼ି ଘରେ ୨୦ବର୍ଷ ରୁ ଉର୍ଦ୍ଧ୍ୱ କାଳ ଧରି ଜୀବନ କାଟୁଛନ୍ତି ସୁଶାନ୍ତଙ୍କ ପରିବାର। ବର୍ଷା ହେଲେ ଘରେ ପାଣି ପଶିବା ସହ ସାପ,ସରୀସୃପ ଆଦି ଘରେ ପଶି ଯାଇଥାନ୍ତି। ସରକାରୀ ପକ୍କା ଘର ଖଣ୍ଡିକ ପାଇଁ ବାରମ୍ବାର ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡ଼ିଓ ପର୍ଯ୍ୟନ୍ତ ଗୁହାରୀ କରିଥିଲେ ମଧ୍ୟ ଫଳ ଶୂନ । ଏଭଳି ଦୟନୀୟ ସ୍ଥିତିରେ ତାଙ୍କୁ ଘର ଖଣ୍ଡେ ମିଳିବା ନିହାତି ଜରୁରୀ ବୋଲି କହିଛନ୍ତି ଗ୍ରାମବାସୀ।

Leave A Reply

Your email address will not be published.