Latest Odisha News

BREAKING NEWS

ବ୍ୟାକଫୁଟରେ ଟିମ୍ ଇଣ୍ଡିଆ, ୩୧ ରନରେ ଖସିଲାଣି ୪ ୱିକେଟ୍

ମେଲବର୍ଣ୍ଣ: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପରେ ଭାରତ ପ୍ରଥମ ମୁକାବିଲାରେ ପାକିସ୍ତାନ ସହ ଖେଳୁଛି । ପ୍ରଥମେ ଟସ୍ ଜିତି ଭାରତ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୫୯ ରନ୍ କରିଥିଲା । ୧୬୦ ରନର ପିଛା କରି ବ୍ୟାଟିଂ ଆରମ୍ଭ କରିଥିବା ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଛି ।

ମାତ୍ର ୬ ଓଭରରେ ଭାରତ ୩୧ ରନ୍ ବିନିମୟରେ ୪ ୱିକେଟ୍ ହରାଇ ବ୍ଯାକଫୁଟରେ ରହିଛି । ୧.୪ ଓଭରରେ କେଏଲ୍ ରାହୁଲ ଆଉଟ୍ ହୋଇଥିଲେ । ୩.୫ ଓଭରରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ହାରିସଙ୍କ ବଲରେ ଆଉଟ୍ ହୋଇଥିଲେ ।

୫.୪ ଓଭରରେ ହାରିସଙ୍କ ଦ୍ୱିତୀୟ ଶିକାର ହୋଇଥିଲେ ସୂର୍ଯ୍ୟକୁମାର ଯାଦବ । ୬.୩ ଓଭରରେ ଭାରତକୁ ଚତୁର୍ଥ ଝଟକା ଲାଗିଛି । ରନ୍ ଆଉଟ୍ ହୋଇଛନ୍ତି ଅକ୍ଷର ପଟେଲ୍ । ୧୦ ଓଭର ସୁଦ୍ଧା ଭାରତୀୟ ଦଳ ୪ ୱିକେଟ୍ ହରାଇ ୪୫ ରନ୍ କରିଛି । ଦଳକୁ ୬୦ ବଲରେ ୧୧୫ ରନର ଆବଶ୍ୟକତା ଥିବା ବେଳେ ହାତରେ ୬ ୱିକେଟ୍ ରହିଛି ।

Leave A Reply

Your email address will not be published.