Latest Odisha News

ରଣଜୀ ଟ୍ରଫି ଫାଇନାଲ: ବେଙ୍ଗଲ ୧୭୪, ସୌରାଷ୍ଟ ୮୧/୨

କୋଲକାତା: ଇଡେନଗାର୍ଡେନରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟ ଫାଇନାଲର ପ୍ରଥମ ଦିବସରେ ୧୨ଟି ୱିକେଟର ପତନ ଘଟିଛି । ବେଙ୍ଗଲକୁ ୧୭୪ ରନରେ ଅଲଆଉଟ କରିବା ପରେ ଷ୍ଟମ୍ପସ ଅପସାରଣ ବେଳକୁ ସୌରାଷ୍ଟ୍ର ୨ଟି ୱିକେଟ ହରାଇ ୮୧ ରନ କରିଛି । ହାର୍ଭିକ ଦେଶାଇ ୩୮ ଓ ଚେତନ ଶାକାରିୟା ୨ ରନ କରି ଅପରାଜିତ ରହିଛନ୍ତି । ମୁକେଶ କୁମାର ଓ ଆକାଶଦୀପ ଗୋଟିଏ ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ସୌରାଷ୍ଟ୍ର ଏବେ ବି ବେଙ୍ଗଲ ସ୍କୋରଠାରୁ ୯୩ ରନ ପଛରେ ରହିଛି । ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ସୌରାଷ୍ଟ୍ର ୬୫ ରନରେ ୬ଟି ୱିକେଟ ହରାଇ ବିପଦରେ ପଡିଥିଲା ।

ତେବେ ଶେଷ ଭାଗରେ ଶାହାବାଜ ଅହମ୍ମଦ ୬୯ ଓ ଅଭିଷେକ ପୋରେଲ ୫୦ ରନ କରି ଦଳର ସ୍କୋରକୁ ସମ୍ମାନଜନକ ସ୍ଥିତିରେ ପଂହଚାଇଥିଲେ । ଉଭୟ ୭ମ ୱିକେଟରେ ୧୦୧ ରନର ପାର୍ଟନରଶିପ ସଂଗ୍ରହ କରିଥିଲେ । ଜୟଦେବ ଉନାଡକଟ ଓ ଚେତନ ସାକାରିୟା ୩ଟି ଲେଖାଁଏ ୱିକେଟ ହାସଲ କରିଥିଲେ ।

Leave A Reply

Your email address will not be published.