Latest Odisha News

BREAKING NEWS

ଅସହ୍ୟ ଗ୍ରୀଷ୍ମ ପ୍ରବାହ; ସକାଳ ୧୧ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଲୋକମାନେ ଘରୁ ନ ବାହାରିବାକୁ ପରାମର୍ଶ…

ଭୁବନେଶ୍ୱର: ଡହଡହ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ଛଟପଟ ଓଡିଶାବାସୀ । ଏହାରି ଭିତରେ ଗ୍ରୀଷ୍ମ ପ୍ରବାହକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି ଯେ, ଗ୍ରୀଷ୍ମ ପ୍ରବାହକୁ ନେଇ ୩୦ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସରକାରଙ୍କ ତରଫରୁ ଅନେକ ସମୟରେ ବାରମ୍ବାର ଆଲୋଚନା ଜାରି ରହିଛି । ଗ୍ରୀଷ୍ମ ପ୍ରବାହରୁ ସୁରକ୍ଷିତ ରହିବା ପାଇଁ ସକାଳ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଲୋକମାନେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି ।

ମାଲ ପରିବହନ ଗାଡ଼ି ଏବଂ ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ୧୧ଟାରୁ ୩ଟା ପର୍ଯ୍ୟନ୍ତ ରାସ୍ତାକୁ ଆସିବ ନାହିଁ । ଶ୍ରମିକମାନଙ୍କୁ ମଧ୍ୟ ଏହି ସମୟରେ କାମ ନ କରିବାକୁ ପରାମର୍ଶ ଦିଆଯାଇଛି l ପଞ୍ଚାୟତିରାଜ ବିଭାଗ ଏବଂ ନଗର ଉନ୍ନୟନ ବିଭାଗକୁ ଜଳଛତ୍ର କରିବା ପାଇଁ କୁହାଯାଇଛି ।

‘ହିଟ୍ ୱେଭ୍ ରିଲିଫ୍ ସେଣ୍ଟର’ ତିଆରି ହେବ ବୋଲି ରାଜ୍ୟ ସରକାର ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଆଲୋଚନା କରୁଛନ୍ତି । ଓଡ଼ିଶାରେ ଯେଉଁଠି ଅଧିକ ଗ୍ରୀଷ୍ମ ପ୍ରବାହ ହେଉଛି ସେଠାରେ ହିଁ ପ୍ରଥମେ ଏହା ଆରମ୍ଭ ହେବ ଏବଂ ପରବର୍ତ୍ତୀ ସମୟରେ ତାହା ଓଡ଼ିଶା ସାରା ସ୍ଥାପନ କରାଯିବ । PHC ଏବଂ CHCରେ ଅଂଶୁଘାତ ଜନିତ ସ୍ପେଶାଲ ଟ୍ରିଟମେଣ୍ଟ ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ଖହିଛନ୍ତି ।

Leave A Reply

Your email address will not be published.