Latest Odisha News

BREAKING NEWS

ଭୟଙ୍କର ଦୁର୍ଘଟଣା, ଅକାଳରେ ଚାଲିଗଲା ଗୋଟିଏ ପରିବାରର ୫ଜଣଙ୍କ ଜୀବନ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭରସ୍ୟାମ ହରାଇ ଗଛରେ ପିଟିହେଲା କାର । ଅକାଳରେ ଚାଲିଗଲା ଗୋଟିଏ ପରିବାରର ୫ଜଣଙ୍କ ଜୀବନ । ଆଜି ସକାଳେ ଉତ୍ତରପ୍ରଦେଶର ହାରଡୋଇ ଅଞ୍ଚଳରେ ଘଟିଛି ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା । ମୃତକଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ବାରକାନ୍ତ ଗ୍ରାମରୁ ନାୟାଗୋଓକୁ ଏକ କାର କାରଯାଏଥିବା ସମୟରେ ହଠାତ୍ ଭାରସ୍ୟାମ ହରାଇ କାରଟି ଗଛରେ ପିଟି ହୋଇଯାଇଥିଲା । ଦୁର୍ଘଟଣା ସମୟରେ କାରରେ ୫ଜଣ ଥିଲେ । ଦୁର୍ଘଟଣାର ଖବର ପାଇ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା ପୋଲିସ । ମାତ୍ର ସେଠାରେ ସମସ୍ତ ୫ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଥିଲେ ଡାକ୍ତର । ୫ ମୃତକଙ୍କ ମଧ୍ୟରୁ ଜଣେ ୪ବର୍ଷର ଶୀଶୁ ମଧ୍ୟ ଥିବା ଖବର ମିଳିଛି । ମୃତକଙ୍କ ପରିଚୟ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

Leave A Reply

Your email address will not be published.