Latest Odisha News

BREAKING NEWS

ଗାନ୍ଧୀ ଓ ରମାଦେବୀଙ୍କ ଆଦର୍ଶରେ ମହିଳାମାନେ ସମାଜକୁ ଗଢି ପାରିବେ

ଭୁବନେଶ୍ୱର : ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରିସରରେ , “ଗାନ୍ଧୀ” ଶୀର୍ଷକରେ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ଗାନ୍ଧୀ ପ୍ରତିଷ୍ଠାନର ସର୍ବ ଭାରତୀୟ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନନ୍ଦ ଏହାକୁ ଉଦଘାଟନ କରିଥିଲେ। କୁଳପତି ଅପରାଜିତା ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କ୍ରିଷ୍ଣା ମହାନ୍ତି, ମନୋରଞ୍ଜନ ମହାନ୍ତି, ଶ୍ୟାମଳି ମହାପାତ୍ର , ସସ୍ମିତା ମହାନ୍ତି , ଚଣ୍ଡୀ ଚରଣ ରଥ ଏବଂ ମାନସ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ମା ରମାଦେବୀଙ୍କ ତ୍ୟାଗ ଓ ସଂଗ୍ରାମର କାହାଣୀ ସମସ୍ତଙ୍କ ପାଇଁ ପ୍ରେରଣାପଦ ଅଟେ । ଯୁବ ପୀଢ଼ିର ମହିଳାମାନେ ଗାନ୍ଧୀ ଓ ରମାଦେବୀଙ୍କ ଆଦର୍ଶରେ ସମାଜ ଗଢି ପାରିବେ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ମଧୁସ୍ମିତା ପତିଙ୍କ ସ୍ୱାଗତ ଭାଷଣରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଶିଖା ସିଂ ଏହାର ସଂଯୋଜନା ଦାୟିତ୍ୱ ସମ୍ଭାଳି ଥିଲେ।

 

Leave A Reply

Your email address will not be published.