ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିଳୟ ରବିବାର ଲଘୁଚାପ ରୂପ ନେବା ପରେ ଆଜି ଅଧିକ ସକ୍ରିୟ ହୋଇଛି । ଉତ୍ତର ଓଡିଶା ଏବଂ ପାର୍ଶ୍ଵବର୍ତ୍ତୀ ଅଂଚଳରେ ଆଜି ସକ୍ରିୟ ରହିଛି ଲଘୁଚାପ । ଏହାର ପ୍ରଭାବରେ ଆଜି ବି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏ ନେଇ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ ।
ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସକ୍ରିୟ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷା ସହ ପଶ୍ଚିମ ତଥା ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ଘୁର୍ଣ୍ଣିବଳୟ ବାୟୁମଣ୍ଡଳର ୭.୬ କିମି ଉଚ୍ଚତା ଯାଏଁ ବ୍ୟାପିଛି | ଏହା ଆଗାମୀ ୨ ଦିନ ମଧ୍ୟରେ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ ମଧ୍ୟ ଦେଇ ଉତ୍ତର ମଧ୍ୟପ୍ରଦେଶ ମୁହାଁ ହେବା ସମ୍ଭାବନା ରହିଛି । ତେବେ ଲଘୁଚାପ ପ୍ରଭାବରେ ରବିବାର ରାଜ୍ୟରେ ପ୍ରବଳ ବର୍ଷା ହୋଇଛି । କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇଥିବା ଜଣାଯାଇଛି । ଅନୁଗୋଳରେ ରେକର୍ଡ ପରିମାଣର ବର୍ଷା ହୋଇଛି । ଆହୁରି ଦୁଇ ଦିନ ପ୍ରବଳ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ଆଜି ଉତ୍ତର ଓଡିଶା ଏବଂ ପାର୍ଶ୍ଵବର୍ତ୍ତୀ ଅଂଚଳରେ ସକ୍ରିୟ ରହିଛି ଲଘୁଚାପ, ଏହା ସହ ଜଡିତ ଘୁର୍ଣ୍ଣିବଳୟ ବାୟୁମଣ୍ଡଳର ୭.୬ କିମି ଉଚ୍ଚତା ଯାଏଁ ବ୍ୟାପିଛି | ଏହା ଆଗାମୀ ୨ ଦିନ ମଧ୍ୟରେ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ ମଧ୍ୟ ଦେଇ ଉତ୍ତର ମଧ୍ୟପ୍ରଦେଶ ମୁହାଁ ହେବା ସମ୍ଭାବନା pic.twitter.com/CQ15DQneXG
— Meteorological Centre, Bhubaneswar (@mcbbsr) June 26, 2023
ବିଭାଗ ପକ୍ଷରୁ ସୋମବାର ୪ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୪ ଜିଲ୍ଲା ହେଉଛି, ନୂଆପଡ଼ା, ବରଗଡ଼, ବଲାଙ୍ଗୀର ଓ କଳାହାଣ୍ଡି । ସେହିପରି ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, ରାୟଗଡ଼ା, ମାଲକାନଗିରି, କୋରାପୁଟ, କନ୍ଧମାଳ ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଅନ୍ୟପକ୍ଷେ ରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ ଓ ନବରଙ୍ଗପୁରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ସୂଚନାଥାଉ କି, ଗତକାଲି ଅନୁଗୁଳରେ ୧୫୨ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ସମ୍ବଲପୁରରେ ସର୍ବାଧିକ ୧୭୧.୪ମିମି ବର୍ଷା ହୋଇଛି।ବର୍ଷା ପାଣିରେ ସମ୍ବଲପୁର ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇ ପଡିଛି । ଦେବଗଡ଼ରେ ୧୧୮, ଝାରସୁଗୁଡ଼ାରେ ୧୦୩.୪, ଢେଙ୍କାନାଳରେ ୧୦୧.୨ମିମି ବର୍ଷା ହୋଇଛି । ୮୩.୮, ସୁନ୍ଦରଗଡ଼ରେ ୮୦.୪, ଛତ୍ରପୁରରେ ୬୮, ହୀରାକୁଦରେ ୬୩.୪ ବର୍ଷା ହୋଇଛି ।ବୌଦ୍ଧରେ ୬୨, ଢେଙ୍କାନାଳରେ ୫୭, ହୀରାକୁଦରେ ୪୩.୨, ପୁରୀରେ ୪୦.୨, ପାରଳାଖେମୁଣ୍ଡିରେ ୩୮.୮, ବରଗଡ଼ରେ ୩୭, ରାଉରକେଲାରେ ୨୮.୨ମିମି ବର୍ଷା ରେକର୍ଡ ହୋଇଛି ।
ଆଜିବି ରାଜ୍ୟରେ ବିସ୍ତୃତି ବର୍ଷା
ସକ୍ରିୟ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ଆହୁରି ୨୪ ଘଣ୍ଟା ବିସ୍ତୃତି ବର୍ଷା ସହ ପଶ୍ଚିମ ତଥା ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା pic.twitter.com/sqyYcKWJ5O
— Meteorological Centre, Bhubaneswar (@mcbbsr) June 26, 2023
Comments are closed.