Latest Odisha News

BREAKING NEWS

ତ୍ୱଚାରେ ଚମକ ଆଣେ ଗୁଡ

ଆୟୁର୍ବେଦ ଅନୁସାରେ ସୁସ୍ଥ ରହିବା ନିମନ୍ତେ ଦୈନିକ ୨୦ ଗ୍ରାମ୍ ଗୁଡ଼ସେବନ କରିବା ଉଚିତ। ତେବେ ବିଶେଷଜ୍ଞଙ୍କ ମତରେ ପ୍ରତ୍ୟେକ ଋତୁରେ ଗୁଡ଼ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ।

ଏକ ପରୀକ୍ଷା ଅନୁସାରେ ନିୟମିତ ଭାବେ ୭ଦିନ ଭୋଜନ ପରେ ଗୁଡ଼ ଖାଇଲେ ହିଁ ଏହାର ଉତ୍ତମ ପ୍ରଭାବ ଶରୀରରେ ଆରମ୍ଭ ହୋଇଥାଏ।

ଚିନି ଖାଇଲେ ଶରୀରରେ ଅମ୍ଳ ବୃଦ୍ଧି ହେବା ସହ ଏସିଡିଟି ରୋଗ ବଢ଼େ। ହେଲେ ଗୁଡ଼ ଖାଇବା ଦ୍ୱାରା ଶରୀରରୁ ଅମ୍ଳ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଥାଏ।

  • ୧ ସପ୍ତାହ ପର୍ଯ୍ୟନ୍ତ ଭୋଜନ ପରେ ଗୁଡ଼ ଖାଇଲେ ତ୍ୱଚାରେ ଚମକ ଆସିଥାଏ। ଯୁବତୀ ଓ ମହିଳାମାନେ ଏହା ଖାଇ ନିଜେ ପରୀକ୍ଷା କରିପାରିବେ।
  • ଗୁଡ଼ରେ ଥିବା କ୍ୟାଲସିୟମ୍ ଓ ଫସଫରସ୍ ହାଡ଼କୁ ମଜବୁତ୍ କରିଥାଏ।
  • ଦୁର୍ବଳ ଲାଗୁଥିଲେ ୧ ଚାମଚ ଗୁଡ଼ ଭୋଜନ ପରେ ଖାଆନ୍ତୁ। ୨-୩ ଦିନ ମଧ୍ୟରେ ଏହାର ପ୍ରଭାବ ଜାଣିପାରିବେ।
  • ଗୁଡ଼ ଏକ ଶକ୍ତିବର୍ଦ୍ଧକ ଖାଦ୍ୟ।
  • ମାଇଗ୍ରେନ୍ ରୋଗୀ କିମ୍ବା ମୁଣ୍ଡ ନିୟମିତ ଭାବେ ବିନ୍ଧୁଥିଲେ, ଗୁଡ଼ ଖାଇଲେ ଏହାର ଭଲ ପ୍ରଭାବ ପଡ଼ିଥାଏ।
Leave A Reply

Your email address will not be published.