Latest Odisha News

BREAKING NEWS

ନିଲାମ ହେଉଛି ଦାଉଦର ସମ୍ପତି

ମୁମ୍ବାଇ: ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମର ସମ୍ପତିକୁ ସାଫେମା(ସ୍ମଗଲର ଆଣ୍ଡ ଫରେନ୍ ଏକ୍ସଚେଞ୍ଜ ମାନିପୁଲେଟର୍ସ ଆକ୍ଟ) ନିୟମ ଅନୁସାରେ ନିଲାମ କରାଯାଉଛି । ରତ୍ନଗିରିରେ ଥିବା ଦାଉଦଙ୍କ ପୈତୃକ ଘରକୁ ୧୧,୨୦,୦୦୦ରେ ବିକ୍ରି କରାଯାଇଛି । ଦିଲ୍ଲୀର ଓକିଲ ଅଜୟ ଶ୍ରୀବାସ୍ତବ ଏହି ନିଲାମ ଡାକିଛନ୍ତି ।

ତାଙ୍କ ସହଯୋଗୀ ଇକବଲ ମିର୍ଚିଙ୍କ ଘରକୁ ଏ ପର୍ଯ୍ୟନ୍ତ କେହି କିଣିବା ପାଇଁ ଆଗ୍ରହ ପ୍ରକାଶ କରି ନାହାନ୍ତି । ଦାଉଦଙ୍କ ପ୍ରପର୍ଟିକୁ କିଣିବା ପାଇଁ ଲୋକମାନେ ବେଶ୍ ଆଗ୍ରହ ପ୍ରକାଶ କରିଥିଲେ । ଇତି ମଧ୍ୟରେ ଡନର ୬ଟି ସମ୍ପତି ନିଲାମ ହୋଇସାରିଛି । ନିଲାମ ପ୍ରକ୍ରିୟାରେ ଗ୍ରାମଲୋକେ ସାମିଲ ହୋଇ ନ ଥିଲେ ।

Leave A Reply

Your email address will not be published.