Latest Odisha News

BREAKING NEWS

‘ଗଣପତ’: ଆସିଲା ଟାଇଗରଙ୍କ ଫାଷ୍ଟ ଲୁକ୍‌

ମୁମ୍ବାଇ: ଆସୁଛି ବଲିଉଡର ଆକ୍ସନ ହିରୋ ଟାଇଗର ସ୍ରଫଙ୍କ ଆଉ ଏକ ନୂଆ ଫିଲ୍ମ । ନିକଟରେ ହିଁ ସେ ତାଙ୍କ ନୂଆ ଫିଲ୍ମ ‘ଗଣପତ ପାର୍ଟ-୧’ର ଘୋଷଣା କରିଥିଲେ । ଏବଂ ଏହାର ମୋଶନ ପୋଷ୍ଟର ମଧ୍ୟ ରିଲିଜ ହୋଇଥିଲା । ଏବେ ଏହି ଫିଲ୍ମର ଏକ ଭିଡିଓ ଜାରି କରାଯାଇଛି । ଯେଉଁଥିରେ ଟାଇଗରଙ୍କ ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି ।

ଏଥିରେ ଟାଇଗରଙ୍କୁ ଜବରଦସ୍ତ ସ୍ୱାଗ୍ ଅନ୍ଦାଜରେ ଦେଖିବାକୁ ମିଳିଛି । ଟଇଗର ନିଜେ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଭିଡିଓ ଟାଇଗରଙ୍କ ଏକ ଜବରଦସ୍ତ ଡାଏଲଗ ମଧ୍ୟ ରହିଛି ।

ବିକାଶ ବେହେଲଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମର ସୁଟିଂ ଆସନ୍ତା ବର୍ଷ ଆରମ୍ଭ ହେବ । ଏହାର ପ୍ରଯୋଜନା ଦାୟିତ୍ୱରେ ବାସୁ ଭଗନାନି ଏବଂ ଜ୍ୟାକି ଭଗନାନି ଅଛନ୍ତି । ତେବେ ଫିଲ୍ମରେ ଟାଇଗରଙ୍କ ଅପଜିଟ୍‌ରେ କେଉଁ ଅଭିନେତ୍ରୀ ନଜର ଆସିବେ ସେ ନେଇ କୌଣସି ସ୍ପଷ୍ଟ ହୋଇନାହିଁ ।

Leave A Reply

Your email address will not be published.