କଟକ: ଚୌଦ୍ୱାର ସର୍କଲ ଜେଲରେ ଗତ ରବିବାର ଦିନ ଜଣେ ବିଚାରାଧିନ କଏଦୀ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଆଜି ଚିକିତ୍ସାଧିନ ଅବସ୍ଥାରେ କଟକ ବଡ ମେଡିକାଲରେ ତାରମୃତ୍ୟୁ ଘଟିଛି ।
ମୃତକଙ୍କ ନାମ ଦେବ ପ୍ରକାଶ ବେହେରା (୨୧) ଏବଂ ସେ ଚଳିତ ବର୍ଷ ଜାନୁଆରୀ ୨୦ ତାରଇଖରୁ ଜେଲରେ ରହି ଆସୁଥିବା ଜଣାପଡିଛି ।
ମିଳିଥିବା ସୂଚନାନୁଯାୟୀ ସେ ଗତକାଲି ଜେଲ୍ ପରିସରରେ ଥିବା ଏକ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲା । ପରେ ଏନେଇ ଜେଲ୍ ୱାର୍ଡନ ଜାଣିପାରି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲରେ ଭର୍ତ୍ତି କରାଇଥିଲେ ।
ତେବେ ଆତ୍ମହତ୍ୟା କରିବାର ସଠିକ୍ କାରଣ ଜଣାପଡିନଥିବା ବେଳେ ଜେଲ୍ ମଧ୍ୟରେ ଏଭଳି ଅଘଟଣ ଘଟିବା ଫଳରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ସାଧାରଣରେ ଏକପ୍ରକାର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
Comments are closed.