Latest Odisha News

BREAKING NEWS

ସୁସ୍ଥ ହୋଇ ତିହାର ଜେଲକୁ ଫେରିଲେ ଅଣ୍ଡରୱାର୍ଲ୍ଡ ଡନ ଛୋଟା ରାଜନ

ମୁମ୍ବାଇ: କରୋନା ସଂକ୍ରମିତ ଅଣ୍ଡରୱାର୍ଲ୍ଡ ଡନ ଛୋଟା ରାଜନ ସୁସ୍ଥ ହୋଇ ତିହାର ଜେଲକୁ ଫେରିଛନ୍ତି । ସେଠାରେ ତାଙ୍କୁ କଡା ସୁରକ୍ଷା ବ୍ୟବସ୍ଥାରେ ରଖାଯାଇଛି । ୨୫ ଏପ୍ରିଲରେ କରୋନାରେ ଆକ୍ରାନ୍ତ ହୋଇଥିବା ଛୋଟା ରାଜନକୁ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ସେ ମୃତ୍ୟୁବରଣ କରିଥିବା ଗୁଜବ ଉଠିଥିଲା । ପରେ ଏମ୍ସ ପକ୍ଷରୁ ସେ ସୁସ୍ଥ ଥିବା ସ୍ପଷ୍ଟ କରାଯାଇଥିଲା । ଛୋଟା ରାଜନଙ୍କ ପ୍ରକୃତ ନାମ ରାଜେନ୍ଦ୍ର ସଦାଶିବ ନିଖିଲେଜ । ବ୍ଲାକ ଟିକେଟ ବିକ୍ରି କରୁଥିବା ଏହି ଯୁବକ ରାଜନ ନାୟାର ଗ୍ୟାଙ୍ଗରେ ସାମିଲ ହୋଇଥିଲା । ରାଜନଙ୍କ ମୃତ୍ୟୁ ପରେ ସେ ଅଣ୍ଡରୱାର୍ଲ୍ଡରେ ଛୋଟା ରାଜନ ଭାବେ ପରିଚିତ ହୋଇଥିଲା ।

ଏହା ପରେ ଦାଉଦ ଇବ୍ରାହିମ ସହ ବନ୍ଧୁତା ସ୍ଥାପନ କରିଥିଲା । ବାବରୀ କାଣ୍ଡ ପରେ ୧୯୯୩ରେ ମୁମ୍ବାଇ ସିରିୟଲ ବୋମା ବିସ୍ଫୋରଣରେ ଦାଉଦର ହାତ ଥିବା ଜାଣି ଛୋଟା ରାଜନ ଦୂରେଇ ଯାଇଥିଲା । ୨୭ ବର୍ଷ ଫେରାର ରହିବା ପରେ ୨୦୧୫ରେ ଇଣ୍ଡୋନେସିଆରେ ତାଙ୍କୁ ଗିରଫ କରାଯାଇ ଭାରତ ଅଣାଯାଇଥିଲା ।

Leave A Reply

Your email address will not be published.