Latest Odisha News

BREAKING NEWS

ରାଜଧାନୀରୁ ଲକ୍ଷେ ଟଙ୍କାର ହେରୋଇନ୍ ଜବତ, ଇଞ୍ଜିନିୟରିଂ ଛାତ୍ରଙ୍କ ସହ ୭ ଗିରଫ

ଭୁବନେଶ୍ୱର: ନିଶା କବଳରେ ରାଜଧାନୀର ଯୁବପିଢ଼ି । ଚନ୍ଦ୍ରଶେଖରପୁର ଅଞ୍ଚଳରୁ ପୋଲିସ ଜଣେ ବି.ଟେକ୍ ଛାତ୍ରଙ୍କ ସହ ୭ ଜଣଙ୍କୁ ହେରୋଇନ୍ ସେବନ ଅଭିଯୋଗରେ ଗିରଫ କରିଛି । ସୂଚନା ଅନୁସାରେ, ଗିରଫଙ୍କୁ ଏକ ଘରୋଇ ହସ୍ପିଟାଲ୍ ନିକଟରେ ଥିବା ନିଛାଟିଆ ସ୍ଥାନରୁ ଗିରଫ କରାଯାଇଛି ।

ସେମାନଙ୍କ ଠାରୁ ୧ ଲକ୍ଷ ଟଙ୍କାର ହେରୋଇନ୍ ଜବତ ହୋଇଛି । ତେବେ ଏମାନେ କେବଳ ହେରୋଇନ୍ ଭଳି ନିଶା ସେବନ କରନ୍ତି ନା ଅନ୍ୟକୁ ମଧ୍ୟ ବିକନ୍ତି । ସେନେଇ ତଦନ୍ତ ଜାରି ରହିଛି । ଏନଡିପିଏସ୍ ଆଇନ୍ ଅନୁସାରେ, ନିଶା ସେବନକାରୀଙ୍କୁ ଜେଲ୍ ସହ ଜରିମାନା ହୋଇପାରେ ।

ବିଗତ ୧ ମାସ ମଧ୍ୟରେ ବ୍ରାଉନ୍ ସୁଗାର ଓ ଗଞ୍ଜେଇ ବେପାରରେ ସମ୍ପୃକ୍ତ ପ୍ରାୟ ୨୦ ଜଣଙ୍କୁ ଗିରଫ କରାଯାଇଛି । ପୋଲିସ ୧.୩୭ କେଜି ବ୍ରାଉନ ସୁଗାର ଜବତ କରିଥିବା ବେଳେ ଆନୁମାନିକ ମୂଲ୍ୟ ୧.୩ କୋଟି ହେବ । ସେହିଭଳି ଜାନୁଆରୀରୁ ଅଗଷ୍ଟ ମଧ୍ୟରେ ୯୮୭ କେଜି ଗଞ୍ଜେଇ ଜବତ ହୋଇଛି ରାଜଧାନୀରୁ ।

Leave A Reply

Your email address will not be published.