Latest Odisha News

BREAKING NEWS

ଭାରତକୁ ୩୦୦୦ ଅଜ୍ସିଜେନ କନ୍‌ସେନ୍‌ଟ୍ରେଟର ପଠାଇବ ୟୁନିସେଫ୍‌

ନୂଆଦିଲ୍ଲୀ: ମିଳିତ ଜାତିସଂଘ ଚିଲ୍‌ଡ୍ରେନ୍ସ ଏଜେନ୍ସି ଗୁରୁତ୍ବପୂର୍ଣ୍ଣ ଜୀବନ ରକ୍ଷାକାରୀ ସାମଗ୍ରୀ ଭାରତ ପଠାଇବ।  ଯେଉଁଥିରେ ୩୦୦୦ ଅକ୍ସିଜେନ କନ୍‌ସେନ୍‌ଟ୍ରେଟର, ଡାଇଗ୍ନୋଷ୍ଟିକ୍ ଟେଷ୍ଟ ଏବଂ ଅନ୍ୟାନ୍ୟ ସାମଗ୍ରୀ ରହିଛି। କରୋନା ସଙ୍କଟ ମୁକାବିଲା ପାଇଁ ଭାରତକୁ ସହାୟତାର ହାତ ବଢାଇଛି ୟୁନିସେଫ୍‌।

ଜାତିସଂଘ ମୁଖ୍ୟଙ୍କ ମୁଖପାତ୍ର ଫରହାନ ହକ ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସଙ୍କ ଟ୍ୱିଟକୁ ସୂଚାଇ ଦେଇଛନ୍ତି ଯେ ଜାତିସଂଘ ପରିବାର ଏଭଳି ସଙ୍କଟ ସମୟରେ ଦେଶକୁ ସମର୍ଥନ ବଢାଇବାକୁ ପ୍ରସ୍ତୁତ ଅଛି।

ୟୁନିସେଫ୍ ଉତ୍ତର-ପୂର୍ବ ଭାରତ ଏବଂ ମହାରାଷ୍ଟ୍ରର ଡାକ୍ତରଖାନା ପାଇଁ ୨୫ ଅକ୍ସିଜେନ ପ୍ଲାଣ୍ଟ କ୍ରୟ ଏବଂ ସ୍ଥାପନ କରିବାରେ ସାହାଯ୍ୟ କରୁଛି, ଏବଂ ଦେଶବ୍ୟାପୀ ବନ୍ଦରର ପ୍ରବେଶ ସ୍ଥାନରେ ଥର୍ମାଲ୍ ସ୍କାନର୍ ମଧ୍ୟ ସ୍ଥାପନ କରୁଛି।

Comments are closed.