Latest Odisha News

BREAKING NEWS

ପଞ୍ଜଶିରରେ ତାଲିବାନ ଠିକଣା ଉପରେ ଏୟାରଷ୍ଟ୍ରାଇକ୍

କାବୁଲ: ତାଲିବାନ ପଞ୍ଜଶିର କବଜା କରିଥିଲେ ବି ଯୁଦ୍ଧ ସରିନି । ଲଢ଼େଇ ଜାରି ରହିବ ବୋଲି ଗତକାଲି ନ୍ୟାସନାଲ୍ ରେଜିଷ୍ଟାନ୍ସ ଫ୍ରଣ୍ଟ ମୁଖ୍ୟ ଅହମ୍ମଦ ମସୁଦ କହିଥିଲେ । ଗତକାଲି ରାତିରେ ପଞ୍ଜଶିରରେ ତାଲିବାନ ଠିକଣା ଉପରେ ହୋଇଛି ଏୟାର ଷ୍ଟ୍ରାଇକ୍ । ଅଜଣା ସେନା ବିମାନ ଦ୍ୱାରା ତିଲାବାନୀଙ୍କ ଉପରେ ହମଲା ହୋଇଥିବା ସୂଚନା ମିଳିଛି ।

ଗତକାଲି ତାଲିବାନ ପଞ୍ଜଶିରରେ ପ୍ରବେଶ କରିଥିଲା । ଉପତ୍ୟକାର ମୁଖ୍ୟ ପ୍ରବେଶ ପଥ ଓ ଗଭର୍ଣ୍ଣର ଅଫିସରେ ଉଡ଼ାଇଥିଲା ପତାକା । ପଞ୍ଜଶିର ସେମାନଙ୍କ କବଜାରେ ଥିବା ସୂଚନା ଦେଇଥିଲା ।
ଏହାର କିଛି ସମୟ ପରେ ଅଡ଼ିଓ ବାର୍ତ୍ତାରେ ନର୍ଦ୍ଦନ ଆଲାଏନ୍ସ ମୁଖ୍ୟ ଅହମ୍ମଦ ମସୁଦ କହିଥିଲେ, ସେଠାରେ ତାଙ୍କ ସୈନ୍ୟ ଏବେ ବି ଅଛନ୍ତି । ଲଢ଼େଇ ଜାରି ରହିବ । ପଞ୍ଜଶିର ସେନା ପାକିସ୍ତାନର ଜେଟ୍‌କୁ ମାରି ଖସାଇ ଦେଇଥିଲେ ।

ପଞ୍ଜଶିର ଦଖଲ ପାଇଁ ତାଲିବାନଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିଥିଲା । ଯୁଦ୍ଧରେ ୧୨ଶହରୁ ଅଧିକ ତାଲିବାନୀଙ୍କ ମୁଣ୍ଡ ଗଡ଼ିଛି । ତଥାପି ଭିତରେ ପଶି ପାରିନଥିଲେ ତାଲିବାନୀ । ଶେଷରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ଶରଣ ପଶିଥିଲା ।
ପାକିସ୍ତାନ ଆର୍ମି ଓ ଏୟାରଫୋର୍ସର ବିମାନ ପଞ୍ଜଶିରରେ ବିରୋଧୀଙ୍କ ଉପରେ ଡ୍ରୋନ୍ ହମଲା କରିଥିଲା । ଏବେ ଅଜଣା ସେନା ବିମାନରୁ ତାଲିବାନ ଠିକଣା ଉପରେ ହମଲା ହୋଇଛି । ଆଗକୁ ପଞ୍ଜଶିର ଲଢ଼େଇ କି ମୋଡ଼ ନେଉଛି ତାଉପରେ ନଜର ରହିଛି ।

Leave A Reply

Your email address will not be published.