Latest Odisha News

BREAKING NEWS

ଗାଁଦାଣ୍ଡରେ ସଂଘବଦ୍ଧ ଆକ୍ରମଣ: ପୁଅ ମୃତ, ବାପା ଗୁରୁତର

ଜୟପୁର: ବାପା-ପୁଅଙ୍କୁ ସଂଘବଦ୍ଧ ଆକ୍ରମଣ । ଗାଁ ଦାଣ୍ଡରେ ମରଣାନ୍ତକ ଆକ୍ରମଣ । ଏଥିରେ ପୁଅର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଅଛନ୍ତି । କୋରାପୁଟ ଜିଲ୍ଲା ବିସିଂହପୁର ଥାନା ଅନ୍ତର୍ଗତ ଘଟୁଆଳ ଗୁଡ଼ା ଗାଁରେ ଏହି ଘଟଣା ଘଟିଛି । ମୃତକ ହେଲେ ଫକୀର ବିଶୋଇ । ତାଙ୍କ ବାପା ଦୟାନିଧି ବିଶୋଇଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କୁମୁଲି ଓ ପରେ ବୋରିଗୁମ୍ମା ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ବିସିଂହପୁର ଥାନା ପୋଲିସ ଘଟୁଆଳ ଗୁଡ଼ା ଗାଁରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । କିଏ ଓ କାହିଁକି ବାପା-ପୁଅଙ୍କୁ ମରଣାନ୍ତକ ଆକ୍ରମଣ କଲା ସ୍ପଷ୍ଟ ହୋଇନି । ଗତକାଲି ସନ୍ଧ୍ୟାରେ ଗାଁରେ ଏକ ପୂଜା ଚାଲିଥିବା ବେଳେ ଏହି ଘଟଣା ଘଟିଥିଲା । ଏହି ଘଟଣାରେ ଗାଁର ୫ରୁ ୬ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି ।

Leave A Reply

Your email address will not be published.