ନୂଆଦିଲ୍ଲୀ: ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଦେଶ ସ୍ୱାଧନତା ପାଇଥିଲା । ୧୯୪୭ ନଭେମ୍ବର ୨୬ ତାରିଖରେ ଉପସ୍ଥାପିତ ହୋଇଥିଲା ଦେଶର ପ୍ରଥମ ବଜେଟ୍ । ବିଭିନ୍ନ ସମୟରେ ବଜେଟରେ ଅନେକ ନୂଆ ଘୋଷଣା ହୋଇଛି । ଏମିତି କିଛି ବଜେଟ ଉପରେ ସ୍ପେଶାଲ୍ ରିପୋର୍ଟ ।
ଦେଶର ପ୍ରଥମ ବଜେଟ୍ ଉପସ୍ଥାପନ କରିଥିଲେ ଅର୍ଥ ମନ୍ତ୍ରୀ ଆର୍. କେ. ସନପୁରମ୍ ଚେଟ୍ଟୀ । ଭାରତର ପ୍ରଥମ ବଜେଟ୍ ଆକାର ଥିଲା ୧୭୧କୋଟି ୫ ଲକ୍ଷ । ପ୍ରଥମ ବଜେଟ୍ ସାଢ଼େ ୭ ମାସ ପାଇଁ ଆସିଥିଲା । ବଜେଟରେ ଭାରତର ଅର୍ଥ ବ୍ୟବସ୍ଥାର ସମୀକ୍ଷା କରାଯାଇଥିଲା । ୧୯୪୮ ଫେବ୍ରୁଆରୀ ୨୮ରେ ଆସିଥିଲା ଆଉ ଗୋଟିଏ ବଜେଟ୍ । ପ୍ରଥମ ଦୁଇଟି ବଜେଟରେ ପୁନର୍ବାସ ଓ ଖାଦ୍ୟ ସଙ୍କଟ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା ।
ଆର୍. କେ. ସନପୁରମ୍ ଚେଟ୍ଟୀ
୧୯୫୦ ମସିହା ଫେବ୍ରୁଆରୀ ୨୮ରେ ତତ୍କାଳୀନ ଅର୍ଥମନ୍ତ୍ରୀ ଡକ୍ଟର ଜନ୍ ମଥାଇ ବଜେଟ ଉପସ୍ଥାପନ କରିଥିଲେ । ପ୍ରଥମ ଥର ଦେଶର ବିକାଶ ପାଇଁ ଯୋଜନା କମିଶନ ପ୍ରସଙ୍ଗ ଉଠିଥିଲା । ପ୍ଲାନିଂ କମିଶନର ଅଧ୍ୟକ୍ଷ ପଣ୍ଡିତ ଜବାହାରଲାଲ ନେହେରୁଙ୍କୁ କରାଯାଇଥିଲା । ଉପାଧ୍ୟକ୍ଷ ହୋଇଥିଲେ ଗୁଲଜାରୀ ଲାଲ ନନ୍ଦା । ୧୫ ମାର୍ଚ୍ଚ, ୧୯୫୦ରେ ଯୋଜନା କମିଶନର ଗଠନ କରାଯାଇଥିଲା । ଦେଶରେ କାର୍ୟ୍ୟକାରୀ ହୋଇଥିଲା ପଞ୍ଚବାର୍ଷିକୀ ଯୋଜନା ।
ମୋରାରଜୀ ଦେଶାଇ
ମୋରାରଜୀ ଦେଶାଇ ରେକର୍ଡ ୧୦ଥର ବଜେଟ୍ ଉପସ୍ଥାପନ କରିଛନ୍ତି । ୮ଟି ପୂର୍ଣ୍ଣାଙ୍ଗ ବଜେଟ୍ ଓ ୨ଟି ଅନ୍ତରୀଣ ବଜେଟ୍ ରହିଛି । ୧୯୬୮ ମସିହା ଫେବ୍ରୁଆରୀ ୯ ତାରିଖରେ ସେ ଉପସ୍ଥାପନ କରିଥିବା ବଜେଟ୍ ଦେଶର ବିକାଶ ମେଡଲକୁ ଦେଖାଇଥିଲେ । ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ନେଇ ଅନେକ ଫୈସଲା ନେଇଥିଲେ । ମୋରାରଜୀ ଦେଶାଇ ନିଜ ଜନ୍ମଦିନ ୨୯ ଫେବ୍ରୁଆରୀରେ ଦୁଇ ଥର ବଜେଟ ଉପସ୍ଥାପନ କରିଛନ୍ତି । ଜନ୍ମଦିନରେ ପ୍ରଥମେ ୧୯୬୪ ଓ ଦ୍ୱିତୀୟ ଥର ୧୯୬୮ରେ ବଜେଟ୍ ଉପସ୍ଥାପନ କରିଥିଲେ ।
ଭି. ପି. ସିଂହ
୧୯୮୬ ମସିହା ଫେବ୍ରୁଆରୀ ୨୮ ତାରିଖରେ କଂଗ୍ରେସ ସରକାରରେ ଅର୍ଥମନ୍ତ୍ରୀ ଭି. ପି. ସିଂହ ବଜେଟ ଉପସ୍ଥାପନ କରିଥିଲେ । ଏଥିରେ ମୋ୍ଟ୍ ଭ୍ୟାଟ କ୍ରେଡିଟ୍ ସିଷ୍ଟମର ଶୁଭାରମ୍ଭ ହୋଇଥିଲା । ଏହାଦ୍ୱାରା ବାରମ୍ବାର ଯେଉଁ ସାମଗ୍ରୀ ଉପରେ ଭାଟ୍ ଲାଗୁଥିଲା ସେଥିରେ ରିପିଟେସନ୍ ହୋଇ ନଥିଲା । କଞ୍ଚାମାଲ ଉପରେ ଲାଗୁ ହେଲା ଟିକସ ।
୧୯୮୭ ଫେବ୍ରୁଆରୀରେ ବଜେଟ ଉପସ୍ଥାପନ କରିଥିଲେ ରାଜୀବ ଗାନ୍ଧି । ମିନିମମ୍ କପୋର୍ରେଟ୍ ଟ୍ୟାକ୍ସ ଆସିଥିଲା । ଯେଉଁ କମ୍ପାନୀ ଅଧିକ ମୁନାଫା ହାତେଉଥିଲେ ସେମାନେ ଏହା ଭିତରେ ଆସିଲେ । ମିନିମନ୍ କପୋର୍ରେଟ୍ ଟ୍ୟାସ୍ ଦ୍ୱାରା ସରକାରଙ୍କ ଖାତାକୁ ଆସିଥିଲା ୭୫କୋଟି ଟଙ୍କା ଟିକସ ।
ମନମୋହନ ସିଂହ
୧୯୯୧ରେ ଆସିଥିବା ବଜେଟକୁ ଭାରତରେ ଅନ୍ୟତମ ଐତିହାସିକ ବଜେଟ୍ ବୋଲି କୁହାଯାଏ । ନରସିଂହ ରାଓଙ୍କ ସରକାରରେ ପୂର୍ବତନ ଅର୍ଥମନ୍ତ୍ରୀ ମନମୋହନ ସିଂହ ୧୯୯୧ ମସିହା ଜୁଲାଇ ୨୪ ତାରିଖରେ ସଂସଦରେ ଉପସ୍ଥାପନ କରିଥିଲେ ବଜେଟ୍ । ଏଥିରେ ଆଥିର୍କ ଉଦାରିକରଣର ଆରମ୍ଭ ହୋଇଥିଲା । ସେତେବେଳେ ସରକାର ବଡ଼ ଆଥିର୍କ ସଂକଟ ଦେଇ ଗତି କରୁଥିଲେ ।
ଏହି ବଜେଟର ମୁଖ୍ୟ ଉଦ୍ଦେଶ୍ୟ ଥିଲା ମାଇକ୍ରୋ ଇକୋନୋମୀ ଷ୍ଟାବିଲାଇଜେସନ୍, ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଓ ବିଦେଶୀ ପୁଞ୍ଜି ନିବେଶ ବୃଦ୍ଧି । ନିବେଶ ବଢ଼ାଇବା ପାଇଁ ନୂଆ ସେକ୍ଟର ଖୋଲାଗଲା । ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ପାଇଁ ନୀତିକୁ ଆଥିର୍କ ଉଦାରବାଦ କରାଯାଇଥିଲା ।
ପି. ଚିଦାମ୍ବରମ୍
୧୯୯୭, ଫେବ୍ରୁଆରୀ ୨୮ରେ ପି. ଚିଦାମ୍ବରମ ବଜେଟ ଉପସ୍ଥାପନ କରିଥିଲେ । ଏହି ବଜେଟକୁ ଡ୍ରିମ ବଜେଟ କୁହାଯାଉଥିଲା । କଳାଧନ ଫେରାଇ ଆଣିବା ପାଇଁ ଭଲ୍ୟୁଣ୍ଟାରୀ ଡିସକ୍ଲୋଜର ଅଫ୍ ଇନକମ୍ ସ୍କିମ୍ (VDIS)ର ଶୁଭାରମ୍ଭ କରାଯାଇଥିଲା । ଏହାର ପ୍ରଭାବ ଦେଖିବାକୁ ମିଳିଥିଲା ।
୨୦୦୦, ଫେବ୍ରୁଆରୀ ୨୯ରେ ବଜେଟ ଉପସ୍ଥାପନ କରିଥିଲେ ଏନଡିଏ ସରକାରରେ ତତ୍କାଳୀନ ଅର୍ଥ ମନ୍ତ୍ରୀ ଯଶଓ୍ୱନ୍ତ ସିହ୍ନା । ଭାରତରୁ ଆଇଟ୍ ସଫ୍ଟେଓ୍ୱୟାର ହବ୍ କରିବାକୁ ଲକ୍ଷ୍ୟ ରଖାଯାଇଥିଲା ।
ଯଶଓ୍ୱନ୍ତ ସିହ୍ନା
୨୦୦୦ ପରଠୁ ବିଭିନ୍ନ ସମୟରେ ୟୁପିଏ ସରକାର ଓ ଏନଡିଏ ସରକାର ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି । ପୂର୍ବରୁ ଅଲଗା ଉପସ୍ଥାପନ ହେଉଥିଲା ରେଳ ବଜେଟ୍ । ମୋଦି ସରକାରଙ୍କ ପ୍ରଥମ ପାଳିରେ ବଜେଟ ଉପସ୍ଥାପନ ଶୈଳୀରେ ପରିବର୍ତ୍ତନ କରାଗଲା । ଏକାସଙ୍ଗେ ଉପସ୍ଥାପିତ ହେଉଛି ରେଳ ବଜେଟ୍ । ଡିଜିଟାଲ ମୋଡରେ ବି ବଜେଟ୍ ଉପସ୍ଥାପନ କରାଯାଉଛି । ଏଥର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୁଣି ଥରେ ବଜେଟ୍ ଉପସ୍ଥାପନ କରିବେ । କରୋନା କାଳରେ କଣ ଘୋଷଣା କରିବେ ସରକାର ତାଉପରେ ସମସ୍ତଙ୍କର ନଜର ରହିଛି ।
Comments are closed.