Latest Odisha News

BREAKING NEWS

ସହିଦ ସନ୍ତୋଷ ସିଂହଙ୍କୁ ମହାବୀର ଚକ୍ରରେ କରାଯିବ ସମ୍ମାନିତ 

ନୂଆଦିଲ୍ଲୀ : ପୂର୍ବ ଲଦାଖର ଗଲୱାନ ଘାଟିରେ ଚୀନ ସେନା ସହ ହିଂସା ଘଟଣାରେ ସହିଦ ହୋଇଥିବା କର୍ଣ୍ଣଲ ସନ୍ତୋଷ ବାବୁଙ୍କୁ ଚଳିତ ବର୍ଷ ମହାବୀର ଚକ୍ରରେ ସମ୍ମାନିତ କରାଯିବ ।

ଗଣତନ୍ତ୍ର ଦିବସ ଅବସରରେ ପ୍ରତିବର୍ଷ ଦେଶର ରକ୍ଷା କରିବାରେ ସହିଦ ଯବାନଙ୍କୁ ବୀରତ୍ୱ ପୁରସ୍କାର ଦିଆଯାଇଥାଏ । ଏଥର ଗଣତନ୍ତ୍ର ଦିବସ ଅବସରରେ କର୍ଣ୍ଣଲ ସନ୍ତୋଷ ବାବୁଙ୍କୁ ମରଣପରାନ୍ତ ମହାବୀର ଚକ୍ରରେ ସମ୍ମାନିତ କରାଯିବ ।

ପରମବୀର ଚକ୍ର ପରେ ମହାବୀର ଚକ୍ର ସେନାର ସବୁଠାରୁ ବଡ ସମ୍ମାନ। ସୂଚନା ଅନୁଯାୟୀ, ଗଲୱାନ ଘାଟିରେ ଚୀନ ସହ ହିଂସା ଘଟଣାରେ ପ୍ରାଣ ହରାଇଥିବା ସହିଦ ଯବାନଙ୍କୁ ଗ୍ୟାଲେଣ୍ଟ୍ରି ଆୱାର୍ଡରେ ସମ୍ମାନିତ କରାଯାଇପାରେ ।

ଗଲୱାନ ଘାଟିରେ ଚୀନ ସେନା ସହ ହିଂସା ଘଟଣାରେ ସହିଦ କର୍ଣ୍ଣଲ ସନ୍ତୋଷ ବାବୁ ଚୀନ ପକ୍ଷ ସହ କଥାବାର୍ତ୍ତାର ନେତୃତ୍ତ୍ୱ ନେଇଥିଲେ । କିନ୍ତୁ ବିଳମ୍ବିତ ରାତିରେ ହିଂସାରେ ସେ ସହିଦ ହୋଇଯାଇଥିଲେ । ୧୬ ବିହାର ରେଜିମେଣ୍ଟର କମାଣ୍ଡିଙ୍ଗ ଅଫିସର ଥିବା ସନ୍ତୋଷ ବାବୁଙ୍କ ସହ ଆଉ ୧୯ ଯବାନ ବି ସହିଦ ହୋଇଥିଲେ ।

Leave A Reply

Your email address will not be published.