Latest Odisha News

BREAKING NEWS

କେନ୍ଦ୍ରୀୟ ବଜେଟ ୨୦୨୦: ଆସନ୍ତାକାଲି ହାଲୱା ଉତ୍ସବ, ଆରମ୍ଭ ହେବ ବଜେଟ ଡକ୍ୟୁମେଣ୍ଟର ପ୍ରିଣ୍ଟିଂ

ବିତ୍ତ ମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଫେବୃଆରୀ କୁ ସାଧାରଣ ବଜେଟ ଆଗତ କରିବେ । ୨୦ ଜାନୁଆରୀ କୁ ହାଲୱା ଉତ୍ସବ ସହିତ ବଜେଟ ଦସ୍ତାବିଜ ର ଛାପା କାମ ଆରମ୍ଭ ହେବ । ଏହି ହାଲୱା ପରେ ପ୍ରିଣ୍ଟିଂଗ ପ୍ରେସ ର ସମସ୍ତ କର୍ମଚାରୀ ସମେତ ବିତ୍ତ ମନ୍ତ୍ରାଳୟ ର ୧୦୦ ଅଧିକାରୀ ଙ୍କୁ ‘ ବଜେଟ ୨୦୨୦’ ଆଗତ ହେବା ପର୍ଯ୍ୟନ୍ତ ନଜରବନ୍ଦୀ କରି ରଖାଯିବ । କଲି ହେବାକୁ ଥିବା ହାଲୱା ଉତ୍ସବରେ ବିତ୍ତ ମନ୍ତ୍ରୀ ଙ୍କ ସହ ବିତ୍ତ ମନ୍ତ୍ରାଳୟର ବହୁ ଅଧିକାରୀ ସାମିଲ ହେବେ ।

କଣ ଏଇ ହାଲୱା ଉତ୍ସବ:

ହାଲୱା ତିଆରି ଉତ୍ସବ ବହୁ ଦିନରୁ ଏହା ଚାଲି ଆସୁଛି । ବଜେଟ ଆଗତ ହେବା ପୂର୍ବରୁ ପ୍ରଥମେ ଏକ ହାଲୱା ଉତ୍ସବ ପାଳନ କରାଯାଏ । ଏହା ପରେ ନିୟମ ଅନୁଯାୟୀ ବଜେଟ ଛପାଇବା ପାଇଁ ଯାଏ । ପ୍ରତିବର୍ଷ ବଜେଟ ଆଗତ ପୂର୍ବରୁ ହାଲୱା ଉତ୍ସବ ହୁଏ । ବିଶ୍ୱାସ କରାଯାଏ ଯେ ସବୁ ଶୁଭ କାମର ଆରମ୍ଭ ମିଠାରୁ କରାଯାଏ ଓ ଭାରତୀୟ ପରମ୍ପରା ରେ ହାଲୱା କୁ ବହୁତ ଶୁଭ ମାନନ୍ତି । ହାଲୱା ଉତ୍ସବ ରେ ବର୍ତ୍ତମାନର ବିତ୍ତ ମନ୍ତ୍ରୀ ନିଜେ ବଜେଟ ସହ ଜଡିତ ସବୁ କର୍ମଚାରୀ, ବଜେଟ ଛପା ରେ ନିୟୋଜିତ କର୍ମଚାରୀ ଓ ବିତ୍ତ ଅଧିକାରୀ ମାନଙ୍କ ହାଲୱା ବାଣ୍ଟନ୍ତି । ଏହି ହାଲୱା ବାଣ୍ଟିଲା ପରେ ବଜେଟ ଛାପା କାମ ଆରମ୍ଭ ହୁଏ।

ଗୁପ୍ତ ଅପରେସନ ଭାବେ ହୁଏ ବଜେଟ ପ୍ରିଣ୍ଟିଙ୍ଗ:

ଦେଶର ବଜେଟ ପ୍ରିଣ୍ଟିଙ୍ଗ ସବୁଠୁ ଗୁପ୍ତ ଅପରେସନରୁ ଗୋଟେ । ବଜେଟ ସହ ଜଡିତ ସବୁ ତଥ୍ୟ ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ ଓ ଏହାର ତଥ୍ୟ ଲିକ ହେବା ଦ୍ୱାରା ସରକାରଙ୍କ ଉପରେ ପ୍ରଶ୍ନ ଆସିଥାଏ । ଏହି ସମୟରେ କର୍ମଚାରୀ ନିଜର ପରିବାର ବା ସାଙ୍ଗସାଥି ସହ ନା ମିଳାମିଶା କରିପାରିବେ ନା କଥା ହୋଇପାରିବେ । ସବୁ ପ୍ରକାର ଯୋଗାଯୋଗ ବନ୍ଦ କରାଯାଇଥାଏ । କେବଳ ପ୍ରିଣ୍ଟିଙ୍ଗ ପ୍ରେସରେ ଗୋଟିଏ ଲ୍ୟାଂଣ୍ଡ ଲାଇନ ସଂଯୋଗ ଥାଏ ତା ପୁଣି କେବଳ ଇନକମିଙ୍ଗ ଯାହା କେବଳ କିଛି ବଛା ବଛା ଅଧିକାରୀମାନଙ୍କ ପାଇଁ ଥାଏ ।

Comments are closed.