Latest Odisha News

BREAKING NEWS

ନାଗରିକଙ୍କଠୁ ମହୁମାଛି ପରି ଟ୍ୟାକ୍ସ ଆଦାୟ ହେବା ଦରକାର: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୧ ତାରିଖରେ ଉପସ୍ଥାପନ ହେବ ସାଧାରଣ ବଜେଟ ୨୦୨୦-୨୧ । ଏହି ବଜେଟ ଉପରେ ପ୍ରତ୍ୟେକ ବର୍ଗର ଲୋକଙ୍କ ଆଶା ରହିଛିି । ତେବେ ବଜେଟ ପୂର୍ବରୁ ପ୍ରଧାନ ବିଚାରପତି ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ଟିକସ ବିବାଦ ଯେତେ ଶୀଘ୍ର ସମ୍ଭବ ସେତେ ଶୀଘ୍ର ତୁଟାଇବାକୁ ପରାମର୍ଶ ଦେଇଛନ୍ତି । ଟ୍ୟାକ୍ସ ଚୋରିକୁ ଅପରାଧ ଓ ସାମାଜିକ ଅନ୍ୟାୟ ବୋଲି ସେ କହିଛନ୍ତି ।

ସରକାରଙ୍କ ଦ୍ୱାରା ନାଗରିକଙ୍କ ଉପରେ ଅଧିକ ଟ୍ୟାକ୍ସ ଲଗାଇବା ସମାଜ ପ୍ରତି ଅନ୍ୟାୟ । ଟିକସ ଆଦାୟର ପରିମାଣ ଯେପରି ନାଗରିକଙ୍କ ଉପରେ ଚାପ ସୃଷ୍ଟି ନକରେ ସେଥିପ୍ରତି ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଛନ୍ତି । ଇନ୍‌କମ ଟ୍ୟାକ୍ସ ଆପେଲେଟ ଟ୍ରିବ୍ୟୁନାଲର ୭୯ତମ ପ୍ରତିଷ୍ଠା ଦିବସରରେ ସେ ଏଭଳି କହିଛନ୍ତି ।

ପ୍ରଧାନ ବିଚାରପତି ଆହୁରି କହିଛନ୍ତି ଯେ, ନାଗରିକଙ୍କଠାରୁ ମହୁମାଛି ପରି ଟିକସ ଆଦାୟ କରିବା ଦରକାର । ଯେପରି ମହୁମାଛି ଫୁଲକୁ କ୍ଷତି ନପହଂଚାଇ ରସ ବାହାର କରିଥାଏ, ଟିକସ ଠିକ୍ ସେହିପରି ଆଦାୟ ହେବା ଦରକାର । ଟିକସ ବିବାଦକୁ ଶୀଘ୍ର ସମାଧାନ କରିବାକୁ ସେ କହିଛନ୍ତି । ଏଥିସହ ଦୀର୍ଘଦିନ ଧରି ପଡି ରହିଥିବା ମାମଲାକୁ ନେଇ ମଧ୍ୟ ପ୍ରଧାନ ବିଚାରପତି ଚିନ୍ତା ପ୍ରକଟ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ଦୁଇ ବର୍ଷରେ ସୁପ୍ରିମକୋର୍ଟ, ହାଇକୋର୍ଟ ଏବଂ କଷ୍ଟମ୍ସ ଏକ୍ସାଇଜ ଆଣ୍ଡ ସର୍ଭିସ୍ ଟ୍ୟାକ୍ସ ଆପେଲେଟ୍ ଟ୍ରିବ୍ୟୁନାଲରେ ଟିକସ ସମ୍ପର୍କିତ ମାମଲା ୬୧ ପ୍ରତିଶତ ହ୍ରାସ ପାଇଛି । ଏହା ୧.୦୫ ଲକ୍ଷକୁ ଖସିଆସିଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.