Latest Odisha News

କେନ୍ଦ୍ରୀୟ ବଜେଟ ୨୦୨୦: ଫେବୃଆରୀ ୧ ରେ ଆଗତ ହେବ ସାଧାରଣ ବଜେଟ

ନୂଆଦିଲ୍ଲୀ: କେନ୍ଦ୍ରୀୟ ବଜେଟ ୨୦୨୦: କେନ୍ଦ୍ରୀୟ ବଜେଟ ୨୦୨୦-୨୦୨୧ କୁ ଏକ ଫେବୃଆରୀକୁ ଆଗତ ହେବ । ସଂସଦରେ ବଜେଟ ଅଧିବେଶନ ୩୧ ଜାନୁଆରୀ ରୁ ଆରମ୍ଭ ହୋଇ ୦୩ ଅପ୍ରେଲ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ହେବ । ରିପୋର୍ଟ ଅନୁସାରେ, ସଂସଦୀୟ ମାମଲାର ମନ୍ତ୍ରୀମଣ୍ଡଳୀୟ ସମିତି ର ସୁପାରିସ ଅନୁଯାୟୀ ସଂସଦରେ ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟ ରେ ହେବ ।

କେନ୍ଦ୍ରୀୟ ବଜେଟ ଅଧିବେଶନ ୨୦୨୦-୨୦୨୧ ର ପ୍ରଥମ ପର୍ଯ୍ୟାୟ ୩୧ ଜାନୁଆରୀ ରୁ ୧୧ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ ସେହିପରି ଦ୍ୱିତୀୟ ପର୍ଯ୍ୟାୟ ୦୨ ମାର୍ଚ୍ଚ ରୁ ୦୩ ଅପ୍ରେଲ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଥର ୨୦୧୭-୨୦୧୮ ବର୍ଷ ରେ ବଜେଟ ୦୧ ଫେବୃଆରୀ କୁ ଆଗତ ହୋଇଥିଲା । ଏହା ପୂର୍ବରୁ ବଜେଟ ଫେବ୍ରୁଆରୀ ର ଶେଷ ସପ୍ତାହରେ ଆଗତ ହେଉଥିଲା ।

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳ ର ଦ୍ୱିତୀୟ ସାଧାରଣ ବଜେଟ ଏକ ଫେବ୍ରୁଆରୀ ୨୦୨୦ ରେ ଆଗତ ହେବ । ଏହି ବଜେଟ ଅଧିବେଶନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି | ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ୦୮ ଫେବ୍ରୁଆରୀ ୨୦୨୦ କୁ ଏହା ଘୋଷଣା ହେବ ।

ପ୍ରଧାନମନ୍ତ୍ରୀ ବଜେଟ ଉପରେ ପ୍ରସ୍ତାବ ମାଗିଲେ :

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରୀୟ ବଜେଟ ସମ୍ପର୍କରେ ଲୋକମାନଙ୍କ ଠାରୁ ପ୍ରସ୍ତାବ ମାଗିଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ କେନ୍ଦ୍ରୀୟ ବଜେଟ ଦେଶର ୧୩୦ କୋଟି ଲୋକଙ୍କ ଭରସା ସହ ଜଡିତ । ବଜେଟ ଦେଶର ବିକାସ ମାର୍ଗ କୁ ପ୍ରଶସ୍ତ କରିବ । ସେ କହିଲେ ଯେ , ଆପଣ ମାନଙ୍କ ବିଚାର ଓ ପ୍ରସ୍ତାବ ପାଇଁ ଆମନ୍ତ୍ରିତ କରୁଛି ।

ନିର୍ମଳା ସୀତାରମଣ ଙ୍କ ଏହା ଦ୍ୱିତୀୟ ବଜେଟ :

ବିତ୍ତ ମନ୍ତ୍ରୀ ନିର୍ମଳା ସୀତାରମଣ ୦୧ ଫେବୃଆରୀ ୨୦୨୦ କୁ ନିଜର ଦ୍ୱିତୀୟ ବଜେଟ ଆଗତ କରିବେ । ତାଙ୍କୁ ଦେଶର ଆର୍ଥିକ ବୃଦ୍ଧି କୁ ସଠିକ ମାର୍ଗରେ ଆଣିବାକୁ ପଡିବ । ଅଶକରାଯାଉଛି ଯେ ଦେଶର ଆର୍ଥିକ ମାନ୍ଦାବସ୍ଥା ସମୟରେ କିଛି ନୂଆ ଉପାୟ ଏହି ବଜେଟ ରେ ଘୋଷଣା ଆସିପାରେ । ଚଳିତ ବର୍ଷ ଜୁଲାଇ-ସେପ୍ଟେମ୍ବର ତ୍ରୟମାସିକ ସବୁ ଘରୋଇ ଉତ୍ପାଦ ଜିଡିପି ର ବୃଦ୍ଧି କମି ୪.୫ ପ୍ରତିଶତ ରେ ପହଂଚିଛି ଯାହା ଛଅ ବର୍ଷ ରେ ସବୁଠୁ ନିମ୍ନ ସ୍ତରରେ ଅଛି ।

ମୋଦି ସରକାର ୯୨ ବର୍ଷର ପୁରୁଣା ପ୍ରଥା ଶେଷ କଲେ :

ମୋଦି ସରକାର ଙ୍କ ପ୍ରଥମ କାର୍ଯ୍ୟକାଳ ରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ୯୨ ବର୍ଷର ପୁରୁଣା ପ୍ରଥା ସମ୍ପୂର୍ଣ୍ଣ ଶେଷ କରିଥିଲେ । ବିତ୍ତ ମନ୍ତ୍ରୀ ୨୦୧୭ ମସିହାରେ ରେଳ ବଜେଟ ସାଧାରଣ ବଜେଟ ସହ ଘୋଷଣା କରିଥିଲେ । ପୂର୍ବରୁ ରେଳମନ୍ତ୍ରୀ ଏହା ପୂର୍ବରୁ ସାଧାରଣ ବଜେଟ ଆଗତ ଗୋଟିଏ ଦିନ ପୂର୍ବରୁ ରେଳ ବଜେଟ ଆଗତ କରୁଥିଲେ । ଅଲଗା ରେଳ ବଜେଟ ପ୍ରଥା ୧୯୨୪ ରୁ ବ୍ରିଟିଶ ଶାସନ କାଳରୁ ଚାଲିଆସୁଥିଲା । ସରକାରଙ୍କ ରାଜସ୍ବର ସବୁଠୁ ବଡ଼ ଭାଗ ଏଥିରୁ ଆସେ ଓ ଜିଡିପି ରେଳ ଦ୍ୱାରା ଅର୍ଜିତ ରାଜସ୍ୱ ଉପରେ ନିର୍ଭର କରିଥାଏ ।

ଜିଡିପି ପାଞ୍ଚ ପ୍ରତିଶତ:
କେନ୍ଦ୍ର ସରକାର ବିତ୍ତ ବର୍ଷ ୨୦୧୯-୨୦୨୦ ରେ ସମସ୍ତ ଘରୋଇ ଉତ୍ପାଦ ର ବୃଦ୍ଧି କମି ୫ ପ୍ରତିଶତ ରହିବାର ଅନୁମାନ କରିଥିଲେ | ଏହି ଅନୁମାନ ସରକାରୀ ତଥ୍ୟ ଅନୁଯାୟୀ ଲଗାଯାଇଛି | ନ୍ୟାସନାଲ ଷ୍ଟାଟିଷ୍ଟିକାଲ ଅଫିସ ନିକଟରେ ଏହା ଜାରି କରିଥିଲା | ଚାଲୁ ବିତ୍ତ ବର୍ଷ ରେ ଜିଡିପି ବୃଦ୍ଧି ଡ୍ର ପାଞ୍ଚ ପ୍ରତିଶତ ରହିଲେ ଏହା ହେବ ଏକ ଦଶକ ରେ ସବୁଠୁ କାମ ବୃଦ୍ଧି ଦର | ଏହି ଅନୁମାନ ୨୦୦୯ ପରେ ଏବେ ପର୍ଯ୍ୟନ୍ତ ସବୁଠୁ ନିମ୍ନ ସ୍ତରରେ ଅଛି |

ଦେଶ ବାସୀ ଏହି ବଜେଟ କୁ ବେଶ ଉଛୁକତା ସହ ଅପେକ୍ଷା କରିଛନ୍ତି ସରକାର କଣ ତୋଫା ଦେଉଛନ୍ତି ଦେଶବାସୀଙ୍କ ପାଇଁ ଆସନ୍ତା ଅଧିବେଶନରେ |

Leave A Reply

Your email address will not be published.