ନୂଆଦିଲ୍ଲୀ: ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସଂସଦରେ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କରୋନା ମହାମାରୀ ମାଡ଼ରେ ଭୁଶୁଡି ପଡିଥିବା ଦେଶର ଅର୍ଥନୀତିକୁ ଆଗକୁ ନେବା ସରକାରଙ୍କ ଆଗରେ ଚ୍ୟାଲେଞ୍ଜ । ଏଭଳି ସ୍ଥିତିରେ ବଜେଟ୍ ଉପରେ ସବୁ ବର୍ଗର ନଜର ରହିଛି । କାହାକୁ ମିଳିବ ଆଶ୍ୱସ୍ତି ? କଣ ବଡ଼ ଘୋଷଣା କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ? ଏଥର ବଜେଟରେ ୧୪ ପ୍ରତିଶତ ଅଧିକ ଅର୍ଥ ବ୍ୟୟବରାଦ କରିପାରନ୍ତି କେନ୍ଦ୍ର ସରକାର ।
ଆୟକର ଉପରେ ମିଳିପାରେ ଆଶ୍ୱସ୍ତି
ଆୟକର ସ୍ଲାବରେ ବଡ଼ ପରିବର୍ତ୍ତନ ନେଇ ବଜେଟରେ ଘୋଷଣା କରି ପାରନ୍ତି ଅର୍ଥମନ୍ତ୍ରୀ । ବରିଷ୍ଠ ନାଗରିକଙ୍କ ପାଇଁ ୫ ଲକ୍ଷ ଯାଏ ଆୟ ଉପରେ ଟିକସ ଛାଡ଼ ହୋଇପାରେ । ସର୍ବୋଚ୍ଚ ଟ୍ୟାକ୍ସ ସ୍ଲାବ ହାରକୁ ୩୦ପ୍ରତିଶତରୁ ୨୫ ପ୍ରତିଶତକୁ ହ୍ରାସ କରିପାରନ୍ତି ସରକାର ।
ଫୋକସରେ ସ୍ୱାସ୍ଥ୍ୟ କ୍ଷେତ୍ର
କରୋନା ମହାମାରୀ ପ୍ରଭାବରେ ଦେଶରେ ସ୍ୱାସ୍ଥ୍ୟ କ୍ଷେତ୍ରେ ବିଶେଷ ଭାବରେ ପ୍ରଭାବିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଚଳିତ ବଜେଟରେ ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ଅଧିକ ବ୍ୟୟବରାଦ ହୋଇପାରେ । ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ନିବେଶ ପାଇଁ ଦେଶର ୧୦ପ୍ରତିଶତ ଧନୀଙ୍କ ଉପରେ ୧ପ୍ରତିଶତ ସରଚାର୍ଜ ଲଗାଇବାକୁ ସରକାରଙ୍କୁ ସୁପାରିଶ ହୋଇଥିଲା ।
ଏମଏସଏମଇ କ୍ଷେତ୍ର
ଏମଏସଏମଇ କ୍ଷେତ୍ର ପାଇଁ ବଜେଟରେ ସ୍ୱତନ୍ତ୍ର ଘୋଷଣା କରିପାରନ୍ତି ନିର୍ମଳା ସୀତାରମଣ । କରୋନା କାଳରେ ଦେଶରେ ଏମଏସଏମଇ ସେକ୍ଟର ବି ପ୍ରଭାବିତ ହୋଇଛି । ବିଶେଷ କରି କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗୀ କ୍ଷତି ସହିଛନ୍ତି । ସେମାନଙ୍କୁ ଋଣ ପ୍ରଦାନ ନେଇ କୌଣସି ଘୋଷଣା କରିପାରନ୍ତି ଅର୍ଥମନ୍ତ୍ରୀ ।
BREAKING NEWS
- Subhadra Money: ଏହି ଦିନ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରାର ୪ର୍ଥ କିସ୍ତି
- Dr Raseshwari Panigrahi: ପୂର୍ବତନ ବିଧାୟକା ରାସେଶ୍ବରୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ
- ୧୭ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ଭାରତରେ ପଡ଼ିବ କି ପ୍ରଭାବ?
- Major Blast And Fire At Faridabad: ଏକ ରାସାୟନିକ କାରଖାନାରେ ବିସ୍ଫୋରଣ;୪୨ ଜଣ ଗୁରୁତର ଭାବେ ପୋଡ଼ି…
- ଟି୨୦ ବିଶ୍ୱକପ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଆରମ୍ଭ କରିବ ସୁପର ଏଇଟ ଅଭିଯାନ
- Bust massive ‘mule account’: ଆତଙ୍କବାଦୀ ପାଣ୍ଠି ଉପରେ ସୁରକ୍ଷା ଏଜେନ୍ସିର ପ୍ରହାର; ୮୦୦୦ ବେନାମୀ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍…
- ଦ୍ୱିତୀୟ ବ୍ୟାଟ୍ସମ୍ୟାନ ଭାବେ ରଣଜୀ କ୍ରିକେଟରେ ୧୦୦୦୦ ରନ ପୂର୍ଣ୍ଣ କଲେ ପାରସ ଡୋଗରା
- ଖୁବଶୀଘ୍ର ଆରମ୍ଭ ହେବ ରତ୍ନଭଣ୍ଡାର ଗଣତିମଣତି…
- ରଶ୍ମିକା ଓ ବିଜୟଙ୍କ ବିବାହ କାର୍ଡ ଲିକ୍ !
- ୟାମି ଗୌତମଙ୍କୁ କାହିଁକି କ୍ଷମା ମାଗିଲେ ଅଭିନେତ୍ରୀ ରବୀନା…
Comments are closed.