Latest Odisha News

BREAKING NEWS

ଗୋଳନ୍ଥରା ଥାନା ସାମନାରେ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଆଗରେ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ । ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତାଙ୍କ ନାଁ ସନ୍ତୋଷ । ତାଙ୍କ ଘର ରଣ୍ଢା ଗାଁରେ । ଗତକାଲି ଗୋଳନ୍ଥରା ଥାନା ସାମନାରେ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ ସନ୍ତୋଷ ।

ସନ୍ତୋଷଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବ୍ରହ୍ମପୁର ଏମକେସିଜି ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ଶରୀରର ୭୦ ପ୍ରତିଶତ ଭାଗ ପୋଡ଼ି ଯାଇଥିଲା । ଗତକାଲି ସେ ଥାନାକୁ କଣ ପାଇଁ ଯାଇଥିଲେ ? କେଉଁ କାରଣରୁ ସେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ତାହା ଅସ୍ପଷ୍ଟ ରହିଛି । ପୋଲିସ ଘଟଣାର ତଦନ୍ତ କରୁଛି ।

Comments are closed, but trackbacks and pingbacks are open.