Latest Odisha News

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲଭ୍ ଅଗ୍ରଓ୍ୱାଲ କୋଭିଡ୍ ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ କରୋନ ମହାମାରୀ ଆରମ୍ଭରେ ଦେଶବାସୀଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଉଥିଲେ । କୋଭିଡ୍ ନେଇ ସଚେତନ କରାଉଥିବା ଅଧିକାରୀ ନିଜେ କରୋନା ସଂକ୍ରମିତ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରଓ୍ୱାଲ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । ସେ ଏବେ ହୋମ୍ ଆସୋଲେସନରେ ଅଛନ୍ତ । ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଲଭ୍ ଅଗ୍ରଓ୍ୱାଲ୍ । ଦେଶରେ କରୋନା ମହାମାରୀ ଓ ଲକଡାଉନ୍ ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରେସମିଟରେ ସବୁଦିନ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିଲେ ଲଭ ଅଗ୍ରଓ୍ୱାଲ୍ ।

Leave A Reply

Your email address will not be published.