Latest Odisha News

BREAKING NEWS

ଅନୁଗୋଳରୁ ଏଟିଏମ୍ ତାଡି ଲୁଟିଥିଲେ, ଛତିଶଗଡ଼ରୁ ଧରାପଡିଲେ ୭ ଲୁଟେରା

ଅନୁଗୋଳ: ଦୁଇ ଦୁଇଟି ଏଟିଏମ୍ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍ କରିଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ଅନୁଗୁଳ ପୋଲିସ । ୭ ଅଭିଯୁକ୍ତଙ୍କୁ ଛତିଶଗଡ଼ ବୌଲଦାବଜାର ଜିଲ୍ଲାରୁ ଗିରଫ କରାଯାଇଛି । ସେମାନଙ୍କୁ ରିମାଣ୍ଡରେ ଆଣି କୋର୍ଟରେ ହଜାର କରାଇଥିଲା ଅନୁଗୋଳ ପୋଲିସ । ଜବତ ହୋଇଛି ୧୮ ଲକ୍ଷ ୫୦ ହଜାର ଟଙ୍କା ଓ ଗାଡ଼ି ।

୭ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରାଉଚରା ସହ ତଥ୍ୟ ହାସଲ କରିବ ଅନୁଗୁଳ ପୋଲିସ । ଆଉ କେଉଁଠି ସବୁ ଲୁଟପାଟ କରିଛନ୍ତି ? ଗ୍ୟାଙ୍ଗର ଚେର କେଉଁ ଯାଏଁ ଲମ୍ବିଛି ? ଓଡ଼ିଶାରୁ କେହି ଅଛନ୍ତି କି ?

ଲୁଟେରାମାନେ ଅନୁଗୋଳ ସହରର କରଡାଗାଡ଼ିଆ ସ୍ଥିତ ଏସବିଆଇ ଏଟିଏମକୁ ଗ୍ୟାସ କଟରରେ କାଟି ୨୭ ଲକ୍ଷ ୯୦ ହଜାର ଟଙ୍କା ଲୁଟିଥିଲେ । ସେହି ରାତିରେ ଅମଲାପଡାରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମର ମେସିନ କାଟି ଲୁଟ କରିବା ଉଦ୍ୟମ ଫେଲ ମାରିଥିଲା ।

ସିସିଟିଭି ଫୁଟେଜ ଆଧାରରେ ଦୁର୍ବୃତ୍ତ ସମ୍ବଲପୁର ଅଭିମୁଖେ ଯାଇଥିବା ପୋଲିସ ଜାଣିବାକୁ ପାଇବା ପରେ ସବୁ ଥାନାକୁ ଆଲର୍ଟ ଜାରି କରାଯାଇଥିଲା ।

Leave A Reply

Your email address will not be published.