Latest Odisha News

ନବୀନଙ୍କ ଡାଏଲଗ କପି କରିଦେଲେ ଟୁ଼ଡୁ !

ଭୁବନେଶ୍ୱର: ଧାମନଗର ବାଜି ଜିତିବା ପରେ ବାରମ୍ବାର ଉପନିର୍ବାଚନରେ ହାରି ନିରାଶ ହୋଇଥିବା ଭାରତୀୟ ଜନତା ପାର୍ଟି ଆତ୍ମବିଶ୍ବାସ ଫେରିପାଇଛି। ତେଣୁ ପଦ୍ମପୁର ଉପନିର୍ବାଚନରେ ବିଜେଡି ଅନୁକମ୍ପା ଭୋଟ୍ ହାତେଇବାକୁ ଯୋଜନା କରିଥିଲେ ମଧ୍ଯ ବିଜେପି ପଛଘୁଞ୍ଚା ଦେବା ମୁଡରେ ନାହିଁ। ଯିଏ ଚାଷୀ ଏବଂ ଆଦିବାସୀ ଭୋଟକୁ ନିଜ ହାତରେ ରଖିଲା ନିର୍ବାଚନରେ ସେ ବାଜି ମାରିବା ସହଜ ହୋଇଯାଏ ବୋଲି କୁହାଯାଏ। ଏହି ସମୟରେ ଆଦିବାସୀ କାର୍ଡ ଖେଳିଛନ୍ତି ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶ୍ବେଶର ଟୁଡୁ। ଆଉ ସବୁ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଯେଉଁ ଡାଏଲଗ ମାରନ୍ତି ତାକୁ ଏବେ ଟୁଡୁ ନିଜେ ମିଡ଼ିଆ ଆଗରେ କହି ଦେଇଛନ୍ତି। ନବୀନ କିନ୍ତୁ ପ୍ରଚାର ବେଳେ କହିଥିବାର ନଜିର ରହିଛି।

ଟୁ଼ଡୁ କହିଛନ୍ତି, ମୁଁ ଦୂର କରିବି ପଦ୍ମପୁରବାସୀଙ୍କ ଆଦିବାସୀଙ୍କ ମୌଳିକ ସମସ୍ୟା। ମୁଁ ନିଜେ ଏହି ବିଭାଗର ମନ୍ତ୍ରୀ ରହିଛି। ଯଦି ରାଜ୍ୟ ସରକାର ମୌଳିକ ସମସ୍ୟା ଦୂର କରିନଥିବେ ତାହାଲେ ମୁଁ ନିଜେ କରିବି। କିନ୍ତୁ ପଦ୍ମପୁରବାସୀଙ୍କ ମୌଳିକ ସମସ୍ୟା ଦୀର୍ଘ ୨୨ ବର୍ଷରେ ପୂରଣ କରିପାରିନାହାନ୍ତି ରାଜ୍ୟ ସରକାର। ସେମାନେ ଆଉ କରିବେ ନାହିଁ। ଯାହା କରିବି ମୁଁ କରିବି।

ବିଭିନ୍ନ ସମୟରେ ଉପନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ପାଇଁ ପ୍ରଚାର କରିବା ବେଳେ ଏପିରି କିଛି କହିଥାନ୍ତି। ତାଜା ଉଦାହରଣ ହେଉଛି ଧାମନଗର ଉପନିର୍ବାଚନ ପାଇଁ ପ୍ରଚାର କରିବା ବେଳେ ନବୀନ ପଟ୍ଟନାୟକ କହିଥିଲେ, ମୁଁ ଧାମନଗର କଥା ବୁଝିବି..। ୫ ବର୍ଷର କାମ ୧୮ ମାସରେ ପୂରଣ କରିବି..’

ପଦ୍ମପୁରରେ ୨.୫ ଲକ୍ଷ ଭୋଟରଙ୍କ ମଧ୍ୟରୁ ବିଞ୍ଝାଲ ସମ୍ପ୍ରଦାୟ ପ୍ରାୟ ୩% ରହିଛନ୍ତି। ନିର୍ବାଚନ ଫଳାଫଳରେ ଆଦିବାସୀ ଭୋଟ୍ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ଆସନରୁ ଦିବଂଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହା ପଶ୍ଚିମ ଓଡିଶାର ଜଣେ ପ୍ରମୁଖ ଆଦିବାସୀ ନେତା ଥିଲେ।

ବିଜେଡି ଟିକେଟ୍ ଦେବା ପୂର୍ବରୁ ନବୀନ ନିବାସରେ ପାର୍ଟି ସୁପ୍ରିମୋଙ୍କୁ ଭେଟିଥିବା ବିଞ୍ଝାଲ ସମୁଦାୟର ସଦସ୍ୟମାନେ ମଧ୍ୟ ବରିହା ପରିବାରରୁ ଜଣଙ୍କୁ ପ୍ରାର୍ଥୀ କରିବାକୁ ଦାବି କରିଥିଲେ। ବିଞ୍ଝାଲ ସମୁଦାୟର ଏକ ପ୍ରତିନିଧୀ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ନିର୍ବାଚନରେ ବରିହା ପରିବାର ସଦସ୍ୟଙ୍କୁ ପ୍ରାର୍ଥୀ କରିବାକୁ ଅନୁରୋଧ କରିଥିଲେ। ଯଦି ଦଳ ଦାବି ଅନୁଯାୟୀ ଟିକେଟ୍ ଦେବ ତାହେଲେ ବିଜେଡିକୁ ବିଞ୍ଝାଲ ସମୁଦାୟ ସମର୍ଥନ କରିବ ବୋଲି ଏହି ସମୁଦାୟର ସଭାପତି ହୃଷିକେଶ ବାରିହା କହିଥିଲେ।

ସେତେବେଳେ ଅଶ୍ୱିନୀ ଭୋଇ (ବିଞ୍ଝାଲ ସମୁଦାୟ ସଦସ୍ୟ) କହିଥିଲେ ଯଦି ଦଳ ବରିହା ପରିବାର ବାହାରେ କାହାକୁ ଟିକେଟ୍ ଦିଏ ତେବେ ସମ୍ପ୍ରଦାୟ ବିଜେଡିକୁ ସମର୍ଥନ କରିବ ନାହିଁ।

ତେଣୁ ଧାମନଗର ବାଜି ହାରି ଶକ୍ତ ଧକ୍କା ଖାଇଥିବା ବିଜେଡି ଟିକେଟ୍ କାହାକୁ ଦେବ ସେ ନେଇ ଅନ୍ୟ କାହା ବାବଦରେ ଚିନ୍ତା ନକରି ହଠାତ୍ ଦିବଂଗତ ବିଧାୟକଙ୍କ ଝିଅକୁ ପ୍ରାର୍ଥୀ କରିଛି। ଯିଏକି କେବେ ରାଜନୀତି ଚାଟଶାଳୀକୁ ଆସି ହାଜିରା ପକାଇନଥିଲେ। ତେଣୁ ଏବେ ଆଦିବାସୀ ଭୋଟ୍ ଉପରେ ବିଜେପି ମଧ୍ୟ ଆଖି ପକାଇଛି।

Leave A Reply

Your email address will not be published.