Latest Odisha News

BREAKING NEWS

ବ୍ରହ୍ମପୁର ଆସୁଛନ୍ତି ଧର୍ମେନ୍ଦ୍ର, ବନ୍ଦେ ମାତରଂ ଭବନ କରିବେ ଉଦଘାଟନ

ବ୍ରହ୍ମପୁର: ଆସନ୍ତାକାଲି ରବିବାର ବ୍ରହ୍ମପୁର ସହର ଉପକଣ୍ଠରେ ‘ବନ୍ଦେ ମାତରଂ ଭବନ’ର ଉଦଘାଟନ କରିବେ କେନ୍ଦ୍ର ଶିକ୍ଷା, ଦକ୍ଷତା କୌଶଳ ଓ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପ୍ରଥମେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଳନ୍ଥରା ସ୍ଥିତ ଈଶାଣେଶ୍ଵର ମନ୍ଦିର ପ୍ରାଙ୍ଗଣରେ ପୂର୍ବାହ୍ନ ୧୦ଟା ସମୟରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଏକ ସମାବେଶ ଆୟୋଜିତ ହେବ । ଏଥିରେ ଯୋଗ ଦେଇ ଧର୍ମେନ୍ଦ୍ର ପ୍ରଧାନ କାର୍ଯ୍ୟକର୍ତ୍ତାଙ୍କ ମାର୍ଗଦର୍ଶନ କରିବେ ।

ଏହାପରେ କେନ୍ଦ୍ରମନ୍ତ୍ରୀ ‘ବନ୍ଦେ ମାତରଂ ଭବନ’ର ଉଦଘାଟନ କରିବେ । ତେବେ, ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀଙ୍କ କନିଷି ସ୍ଥିତ ଆଇଜର ଗସ୍ତ କାର୍ଯ୍ୟକ୍ରମ ରହିଛି । ସେଠାରୁ ଦଳୀୟ କାର୍ଯ୍ୟକର୍ତ୍ତା ତାଙ୍କୁ ପାଛୋଟି ନେବେ । ଏହାପରେ ମନ୍ତ୍ରୀ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡ଼ିଛି । ଧର୍ମେନ୍ଦ୍ର ଆଜି ବ୍ରହ୍ମପୁର ଆସି ରାତି ରହଣୀ କରି କାଲିର କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.