Latest Odisha News

BREAKING NEWS

ଶ୍ରୀଜିଉଙ୍କୁ ଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଦିନ ପୁରୀ ଗସ୍ତରେ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି।

ସୂଚନା ଅନୁଯାୟୀ, କୋଭିଡ କଟକଣା ମଧ୍ୟରେ ଶ୍ରୀ ପ୍ରଧାନ ପ୍ରଶାସନିକ ନିୟମ ମାନି କୋଭିଡ଼ ନେଗେଟିଭ ରିପୋର୍ଟ ଦେଖାଇବା ସହ ଦର୍ଶନ ପାଇଁ ମନ୍ଦିର ଭିତରକୁ ଯାଇଥିଲେ। ସେଠାରେ ସେ ମହାପ୍ରଭୁଙ୍କୁ ଦର୍ଶନ କରି ଦେଶବାସୀଙ୍କ କଲ୍ୟାଣ କାମନା କରିଥିଲେ।

ଏଥିସହିତ ବର୍ତମାନର ଦର୍ଶନ ବ୍ୟବସ୍ଥାକୁ ନେଇ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ସେ ପ୍ରଶଂସା କରିବା ସହ କୋଭିଡ ନେଗେଟିଭ ରିପୋର୍ଟ ପ୍ରସ୍ତାବ ଉପରେ କୋହଳ କରିବା ନେଇ ମତ ରଖିଛନ୍ତି।

ସେହିପରି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରୀରେ ବିମାନ ବନ୍ଦର ନିର୍ମାଣ ସମ୍ପର୍କିତ ପ୍ରସ୍ତାବକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି।

ତେବେ ଏହାଦ୍ବାରା ଶ୍ରୀକ୍ଷେତ୍ରର ବିକାଶ ହେବା ସହ ପର୍ଯ୍ୟଟକ ମାନେ ଉପକୃତ ହେବେ ବୋଲି କେନ୍ଦ୍ରମନ୍ତ୍ରୀ ମତ ପ୍ରକାଶ କରିବା ସହ କେନ୍ଦ୍ର ପକ୍ଷରୁ ଆବଶ୍ୟକୀୟ ପ୍ରସ୍ତାବ ଯୋଗାଇ ଦିଆଯିବ ବୋଲି କହିଛନ୍ତି।

 

Comments are closed.