Latest Odisha News

BREAKING NEWS

ସୁଶାନ୍ତଙ୍କ ମୃତ୍ୟୁ: ଶୋକାତୁରା ଯୁବତୀ ହାରିଲେ ଜୀବନ !

ବିଶାଖାପାଟଣା: ବଲିଉଡର ଶାନ୍ତଶିଷ୍ଟ ହ୍ୟାଣ୍ଡସମ୍ ଆକ୍ଟର୍ ସୁଶାନ୍ତ ସିଂ ରାଜପୁତଙ୍କ ଆକସ୍ମିକ ବିୟୋଗରେ ତାଙ୍କର ଅଗଣିତ ଫ୍ୟାନଙ୍କୁ ବ୍ୟଥିତ କରିଦେଇଛି । ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣିବା ପରେ ଦେଶର ଅନେକ ସ୍ଥାନରେ ତାଙ୍କର ଫ୍ୟାନ୍ ଶୋକରେ ଜୀବନ ହାରିଥିବାର ଖବର ଗଣମାଧ୍ୟମରେ ପ୍ରକାଶିତ ହୋଇ ଚାଲିଛି । ବିଶାଖାପାଟଣାରେ ଜଣେ ଯୁବତୀ ସୁଶାନ୍ତଙ୍କ ବିୟୋଗରେ ଫାଶିଦେଇ ଆତ୍ମହତ୍ୟା କରିଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ଜୁନ୍ ୧୬ ତାରିଖରେ ବିଶାଖାପାଟଣାର ୨୧ ବର୍ଷିୟା ଜନୈକା ଯୁବତୀ ସୁଶାନ୍ତଙ୍କ ମୃତ୍ୟୁ ଖବର ପାଇ ଡିପ୍ରେସନରେ ରହିଥିଲେ । ଶୋକାତୁରା ଏହି ଯୁବତୀ ଜଣକ ଆତ୍ମହତ୍ୟା କରିଥିଲେ ।

ତେବେ, ପୋଲିସ ଏହି ମୃତ୍ୟୁ ଘଟଣାର ତଦନ୍ତ କରିବା ପରେ ଶୁକ୍ରବାର ଦିନ ଏସମ୍ପର୍କରେ ଜଣା ପଡ଼ିଥିଲା ।

“ମୃତା ଯୁବତୀଙ୍କ କହିବାନୁଯାୟୀ, ସେ କୋଠରୀ ଭିତର ପଟରୁ ବନ୍ଦ କରି ରହିଥିଲେ । ବାରମ୍ବାର ଖୋଲିବାକୁ ଡାକିବା ପରେ ନ’ଖୋଲିବାରୁ କବାଟ ଭାଙ୍ଗିଥିଲେ ପରିବାର ସଦସ୍ୟ । ଫ୍ୟାନରୁ ଝୁଲିଥିବାର ଦେଖି ପୋଲିସକୁ ଜଣାଇଥିଲେ ଆତ୍ମୀୟ ସ୍ୱଜନ ।” ଏହା ଗଣମାଧ୍ୟମକୁ କହିଛନ୍ତି ସ୍ଥାନୀୟ ତଦନ୍ତକାରୀ ପୋଲିସ ଅଧିକାରୀ ।

ଅଧିକ ପଢନ୍ତୁ: ପୁଣି ରାଣୀ କଙ୍ଗନା ମୁହଁ ଖୋଲିଲେ: ସୁଶାନ୍ତଙ୍କୁ ହତ୍ୟା କରାଯାଇଛି !

ଏନେଇ ପରିବାରର ସଦସ୍ୟ କହିଛନ୍ତି ଯେ, ସେ ସୁଶାନ୍ତଙ୍କ ମୃତ୍ୟୁ ଖବର ପାଇ ଦୁଃଖରେ ଭାଙ୍ଗି ପଡ଼ିଥିଲେ । ତା’ପରଠାରୁ କେବଳ ସୁଶାନ୍ତଙ୍କ ଫିଲ୍ମ ଭିଡ଼ିଓ ଦେଖୁଥିଲେ । କାହା ସହିତ କୌଣସି କଥାବାର୍ତ୍ତା ମଧ୍ୟ କରୁନଥିବାର କହିଛନ୍ତି ପରିବାର ଲୋକେ ।

ଏହାପୂର୍ବରୁ, ଉତ୍ତର ପ୍ରଦେଶରେ ଜଣେ ଦଶମ ଶ୍ରେଣୀର ଛାତ୍ର ଏବଂ ଓଡ଼ିଶାର ଜଣେ ୧୩ ବର୍ଷିୟା ଝିଅ ସୁଶାନ୍ତଙ୍କ ମୃତ୍ୟୁ ଖବର ପାଇ ଦୁଃଖରେ ଆତ୍ମହତ୍ୟା କରିଛନ୍ତି ।

Leave A Reply

Your email address will not be published.