ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଭାରତୀୟଙ୍କୁ ସୁରକ୍ଷିତ ଭାବରେ ଫେରାଇ ଆଣିବା ଦିଗରେ ଜୋର ଦେଇଛନ୍ତି କେନ୍ଦ୍ର ସରକାର । ଅପରେସନ୍ ଗଙ୍ଗାରେ ଏଯାଏ ୫ଟି ବିମାନରେ ହଜାରେରୁ ଅଧିକ ଭାରତୀୟ ସ୍ୱଦେଶ ଫେରିଲେଣି । ଆଜି ଉଚ୍ଚସ୍ତରୀୟ ବୈଠକରେ ୟୁକ୍ରେନ୍ ସ୍ଥିତି ଓ ଭାରତୀୟଙ୍କୁ ଫେରାଇ ଆଣିବା ନେଇ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଠକରେ ବିଭିନ୍ନ ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀ ଉପସ୍ଥିତ ଥିଲେ ।
ଭାରତୀୟଙ୍କୁ ୟୁକ୍ରେନରୁ ଫେରାଇ ଆଣିବା ପାଇଁ ବିଭିନ୍ନ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ଅଭିଯାନରେ ସହଯୋଗ କରିବା ପାଇଁ ୟୁକ୍ରେନର ପଡ଼ୋଶୀ ଦେଶକୁ ଯିବେ ବହୁ କେନ୍ଦ୍ରମନ୍ତ୍ରୀ । ଏଥିପାଇଁ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ, କିରଣ ରିଜିଜୁ, ଭି.କେ. ସିଂହ ୟୁକ୍ରେନ୍ ସୀମାନ୍ତ ଦେଶକୁ ଯିବେ ।
#WATCH | Prime Minister Narendra Modi calls a high-level meeting on the Ukraine crisis. Some Union Ministers may go to neighboring countries of Ukraine to coordinate the evacuations.#RussiaUkraineCrisis pic.twitter.com/yqTFYwspxo
— ANI (@ANI) February 28, 2022
ବର୍ତ୍ତମାନ ହଙ୍ଗେରୀ ଓ ରୋମାନିଆ ଦେଇ ୟୁକ୍ରେନରୁ ସ୍ୱଦେଶ ଫେରୁଛନ୍ତି ଭାରତୀୟ । ୟୁକ୍ରେନ୍ ସ୍ଥିତ ଭାରତୀୟ ଦୂତାବାସ ଅଧିକାରୀଙ୍କ ସହାୟତାରେ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯାଉଛି । ଏବେ ବି ଅନେକ ସେଠାରେ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର ଉଦ୍ୟମ ଜାରି ରହିଛି ।
Comments are closed.