Latest Odisha News

ପଶ୍ଚିମ ଓଡିଶାବାସୀଙ୍କୁ କେନ୍ଦ୍ର ରେଳମନ୍ତ୍ରୀଙ୍କ ନୂଆଖାଇ ଭେଟି, ନୂଆ ରେଳ ଲାଇନକୁ ମଞ୍ଜୁରୀ

ଭୁବନେଶ୍ବର: ପଶ୍ଚିମ ଓଡିଶାବାସୀଙ୍କୁ ନୂଆଖାଇ ଭେଟି ଦେଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଓଡିଶାର ତିନୋଟି ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ବରଗଡ଼-ନୂଆପଡ଼ା ନୂଆ ରେଳ ଲାଇନକୁ ଅନୁମୋଦନ ମିଳିଛି । ଏହା ପଦମପୁର ଦେଇ ଯିବ । ଏହି ରେଳ ଲାଇନରେ ୧୩ଟି ଷ୍ଟେସନ୍‌ ନିର୍ମାଣ ହେବ ।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା ମୁତାବକ, ୧୩୮ କିଲୋମିଟରର ନୂଆ ରେଳ ଲାଇନ୍‌ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୨ ହଜାର ୯୨୬ କୋଟି ଟଙ୍କା । ଏହି ଲାଇନ୍‌ ହେଲେ ବରଗଡ଼ରୁ ରାୟପୁରକୁ ଗମନାଗମନ ସୁବିଧା ହେବ ।

ଏହା ସହିତ ସୁନ୍ଦରଗଡ଼ ଜିଲ୍ଲାର ସରଡେଗାରୁ ଛତିଶଡ଼ର ଭଲୁମୁଡ଼ା ପର୍ଯ୍ୟନ୍ତ ନୂଆ ଡବଲ ଲାଇନକୁ ମଧ୍ୟ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି । ୩୭ କିଲୋମିଟର ଡବଲ ଲାଇନ ପାଇଁ ଖର୍ଚ୍ଚ ହେବ ୧୩ ଶହ ୬୦ କୋଟି ।

ସେହିପରି ଜାମସେଦପୁର-ଆସାନସୋଲ ମଧ୍ୟରେ ତୃତୀୟ ଲାଇନକୁ ମଧ୍ୟ ମଞ୍ଜୁରି ମିଳିଛି ।

 

Comments are closed.