ଏହି ପ୍ରସଙ୍ଗଟି ମୁଖ୍ୟତଃ ଚନ୍ଦା ଲୋକଙ୍କ ପାଇଁ ଉଦ୍ଦିଷ୍ଟ । ଏହାସହିତ ଚନ୍ଦାପଣକୁ ନେଇ ଅନ୍ୟମାନଙ୍କୁ ଥଟ୍ଟା କରୁଥିବା ଲୋକେ ମଧ୍ୟ ଚୁପ୍ ବସିବାକୁ ବାଧ୍ୟ ହେବେ । କାରଣ ଏପରି ଏକ ପ୍ରତିଯୋଗିତା ଅଛି, ଯେଉଁଥିରେ କେବଳ ଚନ୍ଦା ଲୋକମାନେ ହିଁ ଅନ୍ୟମାନଙ୍କୁ ପଛରେ ପକାଇ ଦେଇପାରନ୍ତି । ଜାପାନ୍ରେ ଅନୁଷ୍ଠିତ ହେଉଥିବା ‘ଟଗ୍ ଅଫ୍ ୱାର’ ବା ରଶି ଟଣା ପ୍ରତିଯୋଗିିତାରେ ଏଭଳି ଚନ୍ଦା ଲୋକଙ୍କୁ ଭରପୁର ସୁଯୋଗ ମିଳିଥାଏ ।
ଏହି ପ୍ରତିଯୋଗିିତାରେ ଯଦିଓ କେଶ ଥିବା ବ୍ୟକ୍ତିମାନେ ଭାଗ ନେଇଥାନ୍ତି, କିନ୍ତୁ ଏଥିରେ ଚନ୍ଦା ଲୋକମାନେ ସଫଳତା ପାଇଥାନ୍ତି । ଏଥିରେ ଦୁଇଜଣ ପ୍ରତିଯୋଗୀ ପରସ୍ପରର ସାମ୍ନାରେ ବସନ୍ତି । ଉଭୟ ପ୍ରତିଯୋଗୀଙ୍କ ମୁଣ୍ଡରେ ସକ୍ସନ କପ୍ ଲଗାଯାଇଥିବା ରଶି ଯୋଡ଼ାଯାଇଥାଏ । ଉଭୟ ପ୍ରତିଯୋଗୀ ମୁଣ୍ଡ ସହାୟତାରେ ରଶି ଟାଣିଥାନ୍ତି । ଯେଉଁ ପ୍ରତିଯୋଗୀଙ୍କ ମୁଣ୍ଡରୁ ସକ୍ସନ କପଟି ଖସିଯାଏ ସେ ପରାସ୍ତ ହୋଇଥାନ୍ତି । କାରଣ ଚୁଟି ଥିବା ଲୋକ ମୁଣ୍ଡରେ ସକ୍ସନ କପ ଲାଗି ରହୁ ନଥିବାରୁ ସେ ପରାସ୍ତ ହେବାକୁ ବାଧ୍ୟ ହୁଅନ୍ତି । ଅନ୍ୟପକ୍ଷେ ଚନ୍ଦା ମୁଣ୍ଡରେ ସକ୍ସନ କପ୍ଟି ଦୃଢ ଭାବେ ଲାଗି ରହୁଥିବାରୁ ଚନ୍ଦା ପ୍ରତିଯୋଗୀମାନେ ଏଥିରେ ବିଜୟୀ ହୋଇଥାନ୍ତି । ଜାପାନର ଏକ ଛୋଟ ସହର ସୁୁରୁଟାରେ ୧୯୮୯ ମସିହାରୁ ପ୍ରତି ବର୍ଷ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଆସୁଛି । ଏହା ଧୀରେ ଧୀରେ ଖୁବ୍ ପ୍ରସିଦ୍ଧି ଲାଭ କରିଥିବାରୁ ଏହି ପ୍ରତିଯୋଗିତାର ନାମ ‘ଜାତୀୟ ସକର୍ ଟଗ୍ ଅଫ୍ ଟୁର୍ଣ୍ଣାମେଣ୍ଟ’କୁ ପରିବର୍ତ୍ତନ କରାଯାଇଥିଲା । ଜାପାନର ଅଧିକାଂଶ ସ୍ଥାନରୁ ପ୍ରତିଯୋଗୀମାନେ ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଆସିଥାନ୍ତି ।
ମୋଟ ଉପରେ ଚନ୍ଦାପଣକୁ ନେଇ ହତାଶ ହେବା ବଦଳରେ ଅନେକ ଲୋକ ଖୁସି ହେଉଥିବାରୁ ଏହି ପ୍ରତିଯୋଗିତା ପ୍ରତି ଚନ୍ଦା ଲୋକଙ୍କ ଆଦର ବଢିଛି ।
Comments are closed.