Latest Odisha News

BREAKING NEWS

ଏପରି ଏକ ସେତୁ, ଯାହା ଚାରିପଟକୁ ବୁଲି ବୁଲି ସଂଯୋଗ କରେ

ପ୍ରକୃତିର ସୌନ୍ଦର୍ଯ୍ୟ ଆମକୁ ଆକର୍ଷିତ କରିଥାଏ ସତ । ସେ ତୁଳନାରେ ମଣିଷ ତିଆରି କିଛିି ଇଞ୍ଜିନିୟରିଂ ଜ୍ଞାନ କୌଶଳର ଏପରି କିଛି ନମୁନା ପ୍ରସ୍ତୁତ କରାଯାଇଛି, ଯାହା ଦେଖି ଆମେ ଆଶ୍ଚର୍ଯ୍ୟ ନ ହୋଇ ରହି ପାରିବା ନାହିଁ । ଡ଼େନ୍‌ମାର୍କରେ ଏମିତି ଏକ ବ୍ରିଜ ନିର୍ମାଣ କରାଯାଇଛି, ଯାହାକୁ ଦେଖିଲେ ଏହାର କାରିଗରୀ ଜ୍ଞାନ କୌଶଳକୁ ଯେ କେହି ବି ଧନ୍ୟବାଦ ଦେବେ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

BjdElectrycity

ଡେନମାର୍କର ରାଜଧାନୀ କୋପହେଗନ୍ ହର୍ବର ନିକଟରେ ଏକ ସେତୁ ରହିଛି, ଯାହା ଚାରିପାଖକୁ ବୁଲି ବୁଲି ସଂଯୋଗ କରିଥାଏ । ଏହା ସାଧାରଣ ସେତୁ ପରି କାମ କରୁଥିଲେ ମଧ୍ୟ ଡିଜାଇନ୍ ଏବଂ ନିର୍ମାଣ ଶୈଳୀ ଅଦ୍ୱିତୀୟ ବୋଲି କୁହାଯାଇପାରେ । ଅନେକ ପର୍ଯ୍ୟଟକ ଏହାକୁ ଦେଖିବା ପରେ ଏହା ବାସ୍ତବ ନା ନକଲି ବୋଲି ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି ।
ଏହି ସେତୁଟି ଏକ କେନାଲ ଉପରେ ନିର୍ମିତ ହୋଇଛି । ଏଥିପାଇଁ ବିଭିନ୍ନ ଆକାରର ୫ ଟି କ୍ଷେତ୍ର ତିଆରି କରାଯାଇଛି, ଯାହା ଇସ୍ପାତ ତାର ସାହାଯ୍ୟରେ ସଂଯୋଗ ହୋଇଛି । ପଥଚାରୀ ଏବଂ ଗାଡ଼ି ଚାଳକଙ୍କ ସୁବିଧା ଅନୁଯାୟୀ ଏହାର ଡିଜାଇନ୍ ପ୍ରସ୍ତୁତ କରାଯାଇଛି । ଏଥିରେ ସମୁଦାୟ ୧୧୦ ଟି ଶକ୍ତିଶାଳୀ ଇସ୍ପାତ ତାର ଅଛି, ଯାହା ବ୍ରିଜର ୫ ଖମ୍ବ ସହିତ ବନ୍ଧା ହୋଇଛି । ଏହି ସେତୁକୁ ପ୍ରସିଦ୍ଧ ଇଞ୍ଜିନିୟର ଓଲାଫୁର ଏଲିଏସନ ଡିଜାଇନ୍ କରିଛନ୍ତି । ୨୦୧୫ ମସିହାରେ ସର୍ବସାଧାରଣଙ୍କ ପାଇଁ ଏହି ସେତୁ ଖୋଲାଯାଇଥିଲା । ଏମିତି କି ଏହି ସେତୁ ତଳେ ଛୋଟ ଛୋଟ ସିପ୍ ବା ଡ଼ଙ୍ଗା ଯାତାୟତ କରି ପାରିବ ।

Leave A Reply

Your email address will not be published.