Latest Odisha News

ଗାର୍ଲଫ୍ରେଣ୍ଡକୁ ମେସେଜ ପଠାଇଲା ସାଙ୍ଗ, ହତ୍ୟା କରି ହାର୍ଟ କାଢ଼ି ଆଣିଲା ପ୍ରେମିକ

ହାଇଦ୍ରାବାଦ : ପ୍ରେମ ପାଇଁ ହତ୍ୟା । ନୃଶଂସର ସବୁ ସୀମା ପାର୍‌ କଲା ପ୍ରେମିକ । ପ୍ରେମିକା ସହିତ ସାଙ୍ଗ କଥାବାର୍ତ୍ତା ହେଉଥିବାରୁ, ନିଜ ସମ୍ପର୍କକୁ ଅସୁରକ୍ଷିତ ମନେ କରି ନିଜ ସାଙ୍ଗକୁ ହତ୍ୟା କରିଛି ଯୁବକ । ହତ୍ୟା ପରେ ମୁଣ୍ଡରୁ ଗଣ୍ଡି ଅଲଗା କରିବା ସହ ବନ୍ଧୁର ହାର୍ଟକୁ ବାହାର କରିଛି । ପରେ ପ୍ରାଇଭେଟ ପାର୍ଟ ଅଲଗା କରି ଆଙ୍ଗୁଠି କାଟି ଦେଇଛି । ଏଭଳି ବର୍ବରକାଣ୍ଡ ହାଇଦ୍ରାବାଦ ନିକଟ ଅବଦୁଲ୍ଲାପୁରମେଟରେ ଘଟିଛି ।

ନବୀନ ପ୍ରଥମେ ଜଣେ ଜୁନିଅର ଛାତ୍ରୀଙ୍କ ପ୍ରେମରେ ପଡିଥିଲେ । ଏ ସମ୍ପର୍କରେ ହରିହରକ୍ରୀଷ୍ଣା ମଧ୍ୟ ଜାଣିଥିଲେ । ନବୀନ ଏବଂ ହରିହର ଉଭୟ ସେହି ଝିଅକୁ ଭଲ ପାଉଥିଲେ ।  ନବୀନ ଯୁବତୀ ଜଣଙ୍କୁ ପ୍ରଥମେ ପ୍ରେମ ନିବେଦନ କରିଥିଲେ । ପରେ ପରେ ଉଭୟ ଡେଟିଂ ଆରମ୍ଭ କରିଥିଲେ ।  କିଛି ବର୍ଷର ସମ୍ପର୍କ ପରେ ଅଲଗା ହୋଇଥିଲେ ନବୀନ ଏବଂ ଯୁବତୀ । ପରେ ଯୁବତୀ ହରିହର କୃଷ୍ଣଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ କରିବା ସହ ତାଙ୍କ ସହିତ ସମ୍ପର୍କ ରଖିଥିଲେ ।

ପୋଲିସ କହିବା ଅନୁଯାୟୀ, ନବୀନ ଯୁବତୀଙ୍କ ସହିତ ବ୍ରେକ୍‌ଅପ୍ କରିବା ପରେ ମଧ୍ୟ ତାଙ୍କ ସହ ଯୋଗାଯୋଗରେ ରହିବାକୁ ଚେଷ୍ଟା କରୁଥିଲେ । ଯୁବତୀଙ୍କୁ ନବୀନ ହ୍ୱାଟସଆପ୍‌ ମେସେଜ କରିଥିଲେ । ଯାହା କୃଷ୍ଣଙ୍କୁ ଖରାପ ଲାଗିଥିଲା । ପରେ ଫେବ୍ରୁଆରୀ ୧୭ତାରିଖରେ ମଦ ନିଶାରେ ଏହି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।

ଘଟଣାସ୍ଥଳରେ ନିଜର ହିତାହିତଜ୍ଞାନ ହରାଇ ହରିହର ନବୀନଙ୍କୁ ଅତିନିର୍ମମ ଭାବେ ହତ୍ୟା କରିଥିଲେ । ପରେ ଗାର୍ଲଫ୍ରେଣ୍ଡକୁ ସେହି ଫଟୋଗୁଡ଼ିକୁ ପଠାଇଥିଲେ  ।  ପରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.