Latest Odisha News

BREAKING NEWS

ଏକ ନମ୍ବର ହାଟ ପାଇଁ ନୂଆ ସମୟ, ରାତି ତିନିଟାରୁ ସକାଳ ସାଢେ ଛଅ ଯାଏଁ ହୋଲସେଲ ବେପାର

ଭୁବନେଶ୍ୱର: କରୋନା ସମୟରେ ଭିଡକୁ ଦୃଷ୍ଟିରେ ରଖି ଏକ ନମ୍ବର ହାଟରେ ହୋଲସେଲ ବ୍ୟବସାୟର ସମୟକୁ ପରିବର୍ତ୍ତନ କରାଯାଇଛି । ଭୁବିନେଶ୍ୱର ମହାନଗର ନିଗମ, କମିଶନରେଟ୍ ପୋଲିସ ଓ ବ୍ୟବସାୟଙ୍କ ମଧ୍ୟରେ ହୋଇଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ରାତି ତିନିଟାରୁ ସକାଳ ସାଢେ ଛଅ ଯାଏଁ ହୋଲସେଲ ବେପାର ହେବ । ଏହା ପରେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ବ୍ୟବସାୟୀମାନେ ସକାଳ ୬ଟାରୁ ୧୨ଟା ଯାଏଁ ଲୋକଙ୍କୁ ପରିବା ବିକିବେ ।

ଏଥି ସହ ନିଆଯାଇଥିବା ଅନ୍ୟ ନିଷ୍ପତ୍ତି ଅନୁୟାୟୀ, କେତେକ ଦୋକାନକୁ ନିକଟରେ ଥିବା ପଡିଆକୁ ଉଠାଇ ଦିଆଯାଇଛି । ବ୍ୟବସାୟୀମାନେ ଦୌକାନ ନିକଟକୁ ତାଙ୍କ ଦୁଇ ଚକିଆ ଯାନ ନେଇ ପାରିବେ ନାହିଁ । ଏଥି ସହିତ ଗୋଟିଏ ଛାଡି ଅନ୍ୟ ଦୋକାନ ଖୋଲା ହେବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

ଏ ନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି, ‘କୋଭିଡ୍ ନିୟମ କିପରି କଡାକଡି ପାଳନ କରାଯାଇପାରିବ ସେ ନେଇ ଆମେ ବ୍ୟବସାୟୀଙ୍କ ସହ ଆଲୋଚନା କରିଥିଲୁ । ରାଜଧାନୀ ସାରାର ବ୍ୟବସାୟୀ ପରିବା ପାଇଁ ଏହି ହାô ଉପରେ ନିର୍ଭର କରୁଥିବାରୁ ସେମାନେ ଅଟୋ କିମ୍ବା ଦୁଇ ଚକିଆ ଯାନରେ ପରିବା ବୋହି ନେଇଥାନ୍ତି । ଏହି ସମୟରେ ହେଉଥିବା ଗହଳିକୁ ଏଡାଇବା ପାଇଁ ଭୋର ସମୟକୁ ହୋଲସେଲ ବେପାର ପାଇଁ ଧାର୍ଯ୍ୟ କରାଯାଇଛି ।’

Leave A Reply

Your email address will not be published.