ପୁରୀ: ନରେନ୍ଦ୍ର ପୁଷ୍କରିଣୀରେ ପୁଣି ମୃତଦେହ ଉଦ୍ଧାର ।ଅଗ୍ନିଶମ ବିଭାଗ କର୍ମଚାରୀ ନରେନ୍ଦ୍ର ପୁଷ୍କରିଣୀରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କ ବୟସ ୫୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।
ତେବେ ନରେନ୍ଦ୍ର ପୁଷ୍କରିଣୀ ଠାରେ ଉଜ୍ବଳ ଆଲୋକ ବ୍ୟବସ୍ଥା ନଥିବା ଯୋଗୁଁ ଏଭଳି ଅଘଟଣ ଘଟୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।
ସୂଚନାଥାଉକି,କୁମ୍ଭାରପଡ଼ା ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି। ମୃତ ବ୍ୟକ୍ତିଙ୍କ ପରିଚୟ ଏବଂ ତାଙ୍କର ଘର କେଉଁଠି ସେନେଇ ତଦନ୍ତ କରୁଛି ପୋଲିସ।

Comments are closed.