Latest Odisha News

BREAKING NEWS

ଓଡିଶାର ଯଶ ବଖାଣୁ ଥିବା ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ସମ୍ପର୍କରେ ଜାଣନ୍ତୁ କିଛି ଅଜଣା କଥା

ଭୁବନେଶ୍ୱର: ବ୍ରିଟିଶ ସରକାର ୧୯୩୬ ମସିହା ଏପ୍ରିଲ ୧ ରେ ଭାଷା ଭିତ୍ତିରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିଥିଲେ। ଓଡ଼ିଶାକୁ ୮୪ ବର୍ଷ ପୂରି ଚାଲିବ ୮୫ ବର୍ଷ ।

ଏହି ଅବସରରେ ଆସନ୍ତୁ ଜାଣିବା ଓଡ଼ିଶା ମାଟିର କୃତିତ୍ୱ ତଥା ଯଶ ଗାନ କରୁଥିବା ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତର ଇତିହାସ ସମ୍ପର୍କରେ…

ଏହି ସଙ୍ଗୀତକୁ ରଚନା କରିଥିଲେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ।୧୯୯୪ ମସିହାରେ ଯୁଧିଷ୍ଠିର ଦାସ ବାଚସ୍ପତି ଥିବା ବେଳେ ବନ୍ଦେ ଉତ୍କଳ ଜନନୀକୁ ବିଧାନସଭା ଅଧିବେଶନ ଶେଷ ଦିନରେ ଗାଇ ସମ୍ମାନ ଦେବା ପାଇଁ ନିଷ୍ପତି ହୋଇଥିଲା । ପରେ ଶରତ କର ଓ ମହେଶ୍ୱର ମହାନ୍ତି ବାଚସ୍ପତି ଥିବା ବେଳେ ଏହି ଗୀତକୁ ରାଜ୍ୟ ସଂଗୀତର ମାନ୍ୟତା ପାଇଁ ପ୍ରକ୍ରିୟା ଆରମ୍ଭ ହେଲା ।

ବୈଠକ ବସିଲା । ପୁଣି ମହେଶ୍ୱର ମହାନ୍ତି ସଂସ୍କୃତି ମନ୍ତ୍ରୀ ଥିବା ବେଳେ ବି ବୈଠକ ବସିଲା । ୩ ଥର ବୈଠକ ପରେ ବି ୨୦୧୪ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ କୌଣସି ସିଦ୍ଧାନ୍ତରେ ପହଂଚିପାରିଲେ ନାହିଁ ।

କେବଳ ବନ୍ଦେ ଉତ୍କଳ ଜନନୀକୁ କିଭଳି ବୋଲାଯିବ ସେ ସମ୍ପର୍କରେ ୪ଟି ନିଷ୍ପତି ହେଲା । ଏହି ଗୀତର ପ୍ରଥମ, ଚତୁର୍ଥ ଓ ଷଷ୍ଠ ପଦ ରାଜ୍ୟ ସଂଗୀତ ଭାବେ ବୋଲାଯିବ, ଆକାଶବାଣୀରେ ସଂଗୀତ ସୁଧାକର ବାଳକୃଷ୍ଣ ଦାଶ ଏହାକୁ ଗାଇଥିବା ମୂଳ କଣ୍ଠସ୍ୱର ଏହାର ସ୍ୱର ହେବ, ୯୦ ସେକେଣ୍ଡ ମଧ୍ୟରେ ଏହାକୁ ଗାନ କରାଯିବ ଏବଂ ଏହାକୁ ଗାଇବା ସମୟରେ ସମସ୍ତେ ଦଣ୍ଡାୟମାନ ହେବେ ବୋଲି ସ୍ଥିର ହୋଇଥିଲା ।

ଏହି ଗୀତକୁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ୱର କରାଯିବା ପରେ ସଂସ୍କୃତି ବିଭାଗ ଏହାକୁ ଗୃହୀତ କରିବା ପାଇଁ ଗୃହ ବିଭାଗକୁ ପଠାଇଥିଲା ।

Comments are closed.