ଭୁବନେଶ୍ୱର: ଦିନେ ପରେ ରାଜ୍ୟରେ ସରୁଛି ଦ୍ୱିତୀୟ ପର୍ୟ୍ୟାୟ ଆଂଶିକ୍ ଲକଡାଉନ୍ । ତାପରେ ସାରା ରାଜ୍ୟ ଅନଲକ୍ ହେବ କି ? ମୁକାବିଲା ରଣନୀତି କଣ ରହିବ ? ଲୋକଙ୍କ ଭିତରେ ଉତ୍କଣ୍ଠା ବଢ଼ିଛି । ସଂକ୍ରମଣ ହାର ଓ ଲୋକ କିଭଳି କୋଭିଡ୍ ଗାଇଡଲାଇନ୍ ମାନୁଛନ୍ତି ତାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବେ ସରକାର । ଆଶା କରାଯାଉଛି ଆଉ କିଛି ଜିଲ୍ଲା କାଟାଗୋରୀ-ଇରେ ସାମିଲ ହୋଇପାରନ୍ତି । କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଆଦି ଜିଲ୍ଲା କାଟାଗୋରୀ-ଇକୁ ଯାଇପାରନ୍ତି । ଏସବୁ ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତ ତଳେ ରହିଛି ।
ଖୋର୍ଦ୍ଧା-କଟକରୁ ଉଠିନପାରେ କଟକଣା
ବର୍ତ୍ତମାନ କାଟାଗୋରୀ-ଈରେ ୧୦ ଜିଲ୍ଲା ଅଛି । ତେବେ କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରୁ କଟକଣା କୋହଳ ହୋଇ ନପାରେ । କାରଣ ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ ଏବେ ଦୈନିକ ଅଧିକ ସଂକ୍ରମିତ ବାହାରୁଛନ୍ତି । ଆକ୍ଟିଭ୍ କେସ୍ ରେଡ୍ ଜୋନରେ ଏହି ଦୁଇଟି ଯାକ ଜିଲ୍ଲା ଅଛି । ଖୋର୍ଦ୍ଧାରେ ୪୭୮୪ ଓ କଟକରେ ୩୨୮୯ ସକ୍ରିୟ ମାମଲା ଅଛି । ସେହିପରି ପଜିଟିଭ୍ ରେଡ୍ ଜୋନରେ ଖୋର୍ଦ୍ଧା ଓ ୟେଲୋ ଜୋନରେ ଅଛି କଟକ । ୫ ପ୍ରତିଶତ ଉପରେ ପଜିଟିଭ୍ ହାର ରହୁଛି ।
ପୁରୀରେ ବଳବତ୍ତର ରହିପାରେ କଟକଣା
ପୁରୀରେ ପଜିଟିଭିଟି ରେଡ୍ ଜୋନରେ ଅଛି । ଜିଲ୍ଲାରେ ସର୍ବାଧିକ ୧୨.୪ ପ୍ରତିଶତ ପଜିଟିଭ୍ ହାର ରହିଛି । ସେହିପରି ଆକ୍ଟିଭ୍ କେସ୍ ୟେଲୋ ଜୋନରେ ଅଛି ପୁରୀ । ଆଗକୁ ବାହୁଡ଼ା, ସୁନାବେଶ ଓ ନିଳାଦ୍ରୀ ବିଜେ ଅଛି । ଲୋକଙ୍କ ଭିଡ଼ ସମ୍ଭାବନା ରହିଛି । ସଂକ୍ରମଣ ହାର ଅଧିକ ଥିବା ବେଳେ ଭିଡ଼ ଆଶଙ୍କାକୁ ଦୃଷ୍ଟିରେ ରଖି ପୁରୀରେ ଆଂଶିକ ଲକଡାଉନ୍ କୋହଳ କରି ନପାରନ୍ତି ସରକାର ।
କାଟାଗୋରୀ-Aକୁ ଆସିବେ ୪-୫ଟି ଜିଲ୍ଲା
୫ ପ୍ରତିଶତରୁ କମ୍ ପଜିଟିଭ୍ ହାର ଥିବା ଜିଲ୍ଲାରେ କଡାଉନ୍ କଟକଣା କୋହଳ କରୁଛନ୍ତି ସରକାର । ଏହାକୁ ବିଚାରକୁ ନେଲେ ଏବେ ୨୬ ଜିଲ୍ଲାରେ ପଜିଟିଭ୍ ହାର ୫ ପ୍ରତିଶତ ତଳେ ରହିଛି । ଅର୍ଥାତ୍ ୧୬ରେ ଏହି ୨୬ ଜିଲ୍ଲାରେ କାଟାଗୋରୀ-ଇରେ ରହିବେ ନା ଆଉ କରୋନା ମୁକାବିଲାରେ ସରକାର କଣ ପଦକ୍ଷେପ ନେବେ ତାଉପରେ ନଜର ରହିଛି ।
ରାଜ୍ୟବ୍ୟାପୀ ବସ୍ ଚଳାଚଳ ନିଷ୍ପତ୍ତିକୁ ଅପେକ୍ଷା
ଦ୍ୱିତୀୟ ପର୍ଯ୍ୟାୟ ଆଂଶିକ ଲକଡାଉନରେ କେବଳ କାଟାଗୋରୀ-ଇଜିଲ୍ଲାରେ ବସ୍ ଚଳାଚଳକୁ ଅନୁମତି ଥିଲା । ଏଥିର ରାଜ୍ୟବ୍ୟାପୀ ବସ୍ ଗଡ଼ିବାକୁ ଅନୁମତି ଦେବେ କି ସରକାର ? ଜିମ୍, ଯୋଗ ସେଣ୍ଟର ଉପରେ କି ନିଷ୍ପତ୍ତି ନେବେ ? ସ୍ପା, ବିୟୁଟି ପାର୍ଲର ଖୋଲିବ କି ନାହିଁ ନିଷ୍ପତ୍ତି ଉପରେ ଅପେକ୍ଷା ରହିଛି ।
କାଟାଗୋରୀ-ଇ ଓ କାଟାଗୋରୀ-ଈ ଜିଲ୍ଲାରେ ମାର୍କେଟ ଖୋଲିବା ସମୟସୀମା ବଢ଼ାଇ ପାରନ୍ତି ସରକାର । ଖୋର୍ଦ୍ଧା, କଟକ ଓ ପୁରୀକୁ ଛାଡ଼ି ଅନ୍ୟ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ୍ ବି କୋହଳ ହୋଇପାରେ । କିନ୍ତୁ ରାଜ୍ୟବ୍ୟାପୀ ଜାରି ରହିପାରେ ନାଇଟ୍ କର୍ଫ୍ୟ ।
Comments are closed.