ଭୁବନେଶ୍ୱର: ସମ୍ପୂର୍ଣ୍ଣ ଲକ୍ଡାଉନକୁ ଆଂଶିକ କୋହଳ କଲେ ରାଜ୍ୟ ସରକାର। ଓଡିଶା ସରକାର ବୁଧବାର ଦିନ ଜୁଲାଇ ୧ ସକାଳ ୫ଟା ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରିଛନ୍ତି।
୧୭ ଟି ଜିଲ୍ଲାରେ ସକାଳ ୭ ଟାରୁ ସନ୍ଧ୍ୟା ୫ ଟା ଯାଏ ଦୋକାନ ଖୋଲା ରହିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି। ବାକି ୧୩ ଟି ଜିଲ୍ଲାରେ ସକାଳ ୬ ଟାରୁ ୧ ଟା ମଧ୍ୟରେ ଦୋକାନ ଖୋଲା ରହିବ।
ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୧୭ଟି ଜିଲ୍ଲାରେ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଲକ୍ଡାଉନ୍ କଟକଣାକୁ କୋହଳ କରାଯାଇଛି। ବାକି ୧୩ଟି ଜିଲ୍ଲାରେ ସକାଳ ୬ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଲକ୍ଡାଉନ୍ କଟକଣା କୋହଳ କରିଛନ୍ତି ରାଜ୍ୟ ସରକାର।
ସୂଚନା ଅନୁଯାୟୀ ରାତ୍ରି କର୍ଫ୍ୟୁ ଏବଂ ୱିକେଣ୍ଡ ସଟ୍ଡାଉନ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି।
Comments are closed.